
ନୂଆଦିଲ୍ଲୀ : ଦିନକୁ ଦିନ ପଞ୍ଜାବ କଂଗ୍ରେସ ନେତାଙ୍କ ମଧ୍ୟରେ କ୍ଷମତା ବିବାଦ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି, ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି (ପିପିସିସି) ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଏବଂ ପିପିସିସିର ପୂର୍ବତନ ମୁଖ୍ୟ ସୁନୀଲ ଜାଖରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବା ପାଇଁ ଡକାଇଥିଲେ। ଆଜି ତିନିଜଣ ନେତାଙ୍କ ସହ ସୋନିଆ ସେମାନଙ୍କ ଦ୍ବାରା ଉଠାଯାଇଥିବା ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ସିନ୍ଧୁ ଚନ୍ନିଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଉପରେ ପ୍ରଶ୍ନବାଚୀ ଜାରି ରଖିଥିବାବେଳେ ଜାଖର ନିକଟରେ ସିଦ୍ଧୁଙ୍କ ବିରୋଧରେ କ୍ରମାଗତ ଆକ୍ରମଣ ଆରମ୍ଭ କରିଥିଲେ।
ଜାଖର ନିକଟରେ ଟ୍ୱିଟରରେ ସରକାରଙ୍କୁ ସମାଲୋଚନା କରିବା ପରେ ପଞ୍ଜାବର ଏହି ତିନିଜଣ ନେତାଙ୍କୁ ନେଇ ବୈଠକର ଆବଶ୍ୟକତା ଥିଲା। ଜାଖର ସିଦ୍ଧୁଙ୍କୁ କଡ଼ା ସମାଲୋଚନା କରିଥିଲେ ଏବଂ ପିପିସିସି ମୁଖ୍ୟଙ୍କୁ ସମାଲୋଚନା କରିବାବେଳେ ଅପମାନଜନକ ମନ୍ତବ୍ୟ ଦେବାକୁ ମଧ୍ୟ ପଛାଇ ନଥିଲେ। ଏହି ସମୟରେ, ଚନ୍ନି ଏବଂ ତାଙ୍କ ସରକାରଙ୍କୁ ସିଦ୍ଧୁଙ୍କ ଦ୍ବାରା ସମାଲୋଚନା ତୀବ୍ର ହୋଇଥିଲା। ମୁଖ୍ୟମନ୍ତ୍ରୀ ନେଇଥିବା ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ସିଦ୍ଧୁ ଦଳକୁ ଅଡ଼ୁଆରେ ପକାଇ ଚାଲିଛନ୍ତି। ହାଇକମାଣ୍ଡ ଏଆଇଟିସି ପଞ୍ଜାବ ଦାୟିତ୍ୱରେ ଥିବା ହରିଶ ଚୌଧୁରୀଙ୍କୁ ପରିସ୍ଥିତିର ସମାଧାନ ପାଇଁ ଉଚିତ ପଦକ୍ଷେପ ନେବାକୁ କହିଥିଲେ। ତେବେ ସମସ୍ୟାର ସମାଧାନ ପାଇଁ ଚୌଧୁରୀଙ୍କ ଉଦ୍ୟମ ବୃଥା ହେବା ପରେ ନେତୃତ୍ୱ ତିନିଜଣ ନେତାଙ୍କୁ ଦିଲ୍ଲୀ ଡକାଇ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବା ପରେ ସିଦ୍ଧୁ ଚନ୍ନିଙ୍କ ବିରୋଧରେ ବିଦ୍ରୋହ କରିଥିଲେ।
The post ପଞ୍ଜାବରେ ବଢ଼ୁଛି କଂଗ୍ରେସ କନ୍ଦଳ; ସିଦ୍ଧୁ, ଚନ୍ନି, ଜାଖରଙ୍କୁ ସମନ କଲେ ହାଇକମାଣ୍ଡ first appeared on Sambad.from ରାଜନୀତି | Sambad https://ift.tt/2ZIzlR9
0 Comments