
ବେଙ୍ଗାଲୁରୁ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା ଆଞ୍ଚଳିକ ଦଳ ପ୍ରତିଦ୍ୱନ୍ଦ୍ୱିତା କରୁ ନ ଥିବା ଆସନରେ ଖୋଲାଖୋଲି ଭାବେ ଜେଡି (ଏସ୍)ର ସମର୍ଥନ ଲୋଡିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଜେଡିଏସ୍ ପ୍ରତିଷ୍ଠାତା ଏଚ୍ ଡି ଦେବଗୌଡ଼ାଙ୍କ ଭଲ ସଂପର୍କ ଥିବାରୁ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜେପି ଏବଂ ଜେଡି(ଏସ୍) ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦେବଗୌଡ଼ା ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ବିଜେପି ନେତାଙ୍କ ଦ୍ୱାରା ସେୟାର କରାଯାଇଥିଲା।
୨୫ଟି ଆସନ ପାଇଁ ୨୦ଟି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିର୍ବାଚନମଣ୍ଡଳୀରୁ କର୍ଣ୍ଣାଟକ ବିଧାନ ପରିଷଦକୁ ଦ୍ୱିବର୍ଷୀୟ ନିର୍ବାଚନ ଆଗାମୀ ୧୦ ତାରିଖରେ ଅନୁଷ୍ଠିତ ହେବ। ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା ଆଞ୍ଚଳିକ ଦଳ ପ୍ରତିଦ୍ୱନ୍ଦ୍ୱିତା କରୁ ନ ଥିବା ଆସନରେ ଖୋଲାଖୋଲି ଭାବେ ଜେଡି(ଏସ୍)ର ସମର୍ଥନ ଲୋଡିଛନ୍ତି। ଜେଡି(ଏସ୍) ମାତ୍ର ୬ ଜଣ ପ୍ରାର୍ଥୀ ଦେଉଥିବାବେଳେ ବିଜେପି ଏବଂ କଂଗ୍ରେସ ପ୍ରତ୍ୟେକ ୨୦ଟି ଲେଖାଏଁ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଗୌଡା କହିଛନ୍ତି, ଏହି ପ୍ରସଙ୍ଗ ଆଲୋଚନା ପାଇଁ ଆସିଛି। ବିଜେପିକୁ ଏ ବାବଦରେ ଚୂଡ଼ାନ୍ତ ଡାକରା ଦିଆଯିବ। ଏହାପରେ ଏକ ପ୍ରସ୍ତାବ ଆସିବ ଏବଂ ଜେଡି(ଏସ୍) ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଏହା ଉପରେ ନିଷ୍ପତ୍ତି ନେବେ।
The post କର୍ଣ୍ଣାଟକରେ ଜେଡିଏସ୍-ବିଜେପି ମେଣ୍ଟ ନେଇ ଚର୍ଚ୍ଚା: ଦେବଗୌଡ଼ା ମୋଦୀଙ୍କୁ ଭେଟିବା ପରେ ରାଜନୀତି ସରଗରମ first appeared on Sambad.from ରାଜନୀତି | Sambad https://ift.tt/3d6RdbH
0 Comments