
ନୂଆଦିଲ୍ଲୀ : ଶିରୋମଣି ଅକାଳୀ ଦଳ ନେତା ତଥା ଦିଲ୍ଲୀ ଶିଖ୍ ଗୁରୁଦ୍ବାରା ମ୍ୟାନେଜମେଣ୍ଟ୍ କମିଟି ମୁଖ୍ୟ ମଞ୍ଜିନ୍ଦର ସିଂହ ସିର୍ସା ବିଜେପିରେ ଯୋଗ ଦେଇଛନ୍ତି। ଆଗକୁ ପଂଜାବରେ ବିଧାନସଭା ନିର୍ବାଚନ ଥିବାବେଳେ ମଞ୍ଜିନ୍ଦର ସିଂହ ସିର୍ସା ବିଜେପିରେ ଯୋଗ ଦେବା ଅକାଳୀ ଦଳ ପାଇଁ ଏକ ବଡ଼ ଝଟ୍କା। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ମୁଖ୍ୟାଳୟରେ ମଞ୍ଜିନ୍ଦର ସିଂହ ସିର୍ସା ଯୋଗ ଦେବାପରେ ସେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଦଳର ସଭାପତି ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ନଡ୍ଡା କହିଛନ୍ତି , ମଞ୍ଜିନ୍ଦରଙ୍କ ଅଭିଜ୍ଞତା ଏବଂ କଠିନ ପରିଶ୍ରମ ବିଜେପିକୁ ଆହୁରି ସୁଦୃଢ଼ କରିଦେବ। ସିର୍ସା ଅକାଳୀ ଦଳର ଜଣେ ପ୍ରମୁଖ ସଦସ୍ୟ। ଆଜି ବିଜେପିରେ ଯୋଗ ଦେବା ପୂର୍ବରୁ ସିର୍ସା ଦିଲ୍ଲୀ ଶିଖ୍ ଗୁରୁଦ୍ବାରା ମ୍ୟାନେଜମେଣ୍ଟ୍ କମିଟିରୁ ଇସ୍ତଫା ଦେଇଛନ୍ତି।
The post ଅକାଳୀ ନେତା ମଞ୍ଜିନ୍ଦର ସିଂହ ସିର୍ସା ବିଜେପିରେ ଯୋଗଦେଲେ first appeared on Sambad.from ରାଜନୀତି | Sambad https://ift.tt/3rreSMd
0 Comments