ନୂଆଦିଲ୍ଲୀ: ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ଆଶାରେ ରାଜ୍ୟର ବ୍ରାହ୍ମଣ ସମ୍ପ୍ରଦାୟଙ୍କ ସମର୍ଥନ ପାଇବା ଲାଗି ଶାସକ ‘ଭାରତୀୟ ଜନତା ପାର୍ଟି’ କେତେକ କମିଟି ଗଠନ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଚାର ଅଭିଯାନ‌ରେ ବ୍ରାହ୍ମଣ ଭୋଟ୍‌ଦାତାମାନଙ୍କ ସମର୍ଥନ ପାଇବା ରବିବାର ଦିନ ‘ବିଜେପି’ ଗୋଟାଏ କମିଟି ଗଠନ କରିଛି।

Image Courtesy of Zee News

‘ବିଜେପି’ ଜାତୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଉପରୋକ୍ତ ନବଗଠିତ କମିଟିର ସଦସ୍ୟମାନଙ୍କ ସହିତ ଆଜି ବୈଠକ ଡକାଇଛନ୍ତି। ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ମଧ୍ୟ ଉତ୍ତର ପ୍ରଦେଶର ବରିଷ୍ଠ ‘ବିଜେପି’ ନେତାମାନେ ନଡ୍ଡାଙ୍କ ସହ ସାକ୍ଷାତ୍‌ କରିଛନ୍ତି। ଆଜିର ବୈଠକରେ ଉକ୍ତ କମିଟିର କାର୍ଯ୍ୟଧାରା ଉପରେ ‘ବ୍ଲୁ ପ୍ରିଣ୍ଟ୍‌’ ଚୂଡ଼ାନ୍ତ କରାଯିବ।

ଉତ୍ତର ପ୍ରଦେଶ ନିର୍ବାଚନ ଦାୟିତ୍ବରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିବପ୍ରତାପ ଶୁକ୍ଲ, ମହେଶ ଶର୍ମା, ବ୍ରଜେଶ ପାଠକ, ଶ୍ରୀକାନ୍ତ ଶର୍ମା, ଆନନ୍ଦ ସ୍ବରୂପ, ଏବଂ ସୁନୀଲ ବଂଶଲ୍‌ ପ୍ରମୁଖ ନେତାମାନେ ଉକ୍ତ ବୈଠକରେ ଉପସ୍ଥିତ ଅଛନ୍ତି।

The post ଉତ୍ତର ପ୍ରଦେଶ ନିର୍ବାଚନରେ ବ୍ରାହ୍ମଣଙ୍କ ସମର୍ଥନ ପାଇବାକୁ କମିଟି ଗଠନ କଲା ‘ବିଜେପି’ first appeared on Sambad.

from ରାଜନୀତି | Sambad https://ift.tt/3HbUCTu