
ଭୁବନେଶ୍ୱର: ମନ୍ତ୍ରୀ ଓ ନେତାଙ୍କ ଘରେ ନୂଆବର୍ଷର ଆସର। ନୂଆବର୍ଷ ଶୁଭେଚ୍ଛା ବାହାନାରେ ରାଜଧାନୀରେ ଭିଡ଼ ଜମାଇଛନ୍ତି ନେତା। ପଞ୍ଚାୟତ ଟିକେଟ ପାଇଁ ଜୋରଦାର ଲବି କରି ନେତାଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଉଛନ୍ତି ଆଶାୟୀ ପ୍ରାର୍ଥୀ। ଏଥିପାଇଁ ମନ୍ତ୍ରୀ ଓ ବିଧାୟକଙ୍କ ଘରେ ଦଳୀୟ କର୍ମୀଙ୍କୁ ଦେଖିବାକୁ ମିଳିଛି। ସମସ୍ତେ ନେତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଫୁଲତୋଡ଼ା ଦେଇ ଟିକେଟ ପାଇଁ ଲବି କରୁଛନ୍ତି।
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଖୁବ୍ ଶୀଘ୍ର ତାରିଖ ମଧ୍ୟ ଘୋଷଣା ହେବ। ଏହି ସମୟରେ ନିଜ ନିଜ ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଭୁବନେଶ୍ୱର ଆସି ନିଜ ନେତାଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ମନ୍ତ୍ରୀ ପ୍ରତାପ ଜେନା ଓ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ବାସଭବନରେ ମଧ୍ୟ ଆଶାୟୀଙ୍କ ଭିଡ଼ ଦେଖିବାକୁ ମିଳିଛି।
ନୂଆବର୍ଷରେ ନେତାମାନେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ନେତା, ମନ୍ତ୍ରୀ ବଖାଣିଛନ୍ତି କାହା ପାଇଁ କେମିତି ରହିବ ନୂଆବର୍ଷ। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ନୂଆବର୍ଷ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ୨୦୨୨ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବା ସହ ଦୁର୍ବିପାକ ଦୂରେଇ ଯାଉ ବୋଲି କହିଛନ୍ତି ।
ସେପଟେ ପିସିସି ସଭାପତିଙ୍କୁ ବି ସକାଳେ କଂଗ୍ରେସ ନେତା ଓ ଶୁଭେଚ୍ଛୁ ଏକାଠି ହୋଇ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି। ଏମାନଙ୍କ ମଧ୍ୟରେ ସାମିଲ ହୋଇଥିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ନୂଆବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ବୋଲି ପିସିସି ସଭାପତି କହିଛନ୍ତି।
from ରାଜନୀତି | Sambad https://ift.tt/34eyxp9
0 Comments