ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ବିଜେପିର ଘନଘନ ବୈଠକ ଚାଲିଛି। ସାଂସଦମାନଙ୍କ ବୈଠକ ପରେ ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି, ଦଳର ସଙ୍ଗଠନକୁ ମଜବୁତ କରାଯିବ, ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟସ୍ତରରେ ଓ ଜିଲ୍ଲାସ୍ତରରେ ଘୋଷଣାପତ୍ର ପ୍ରସ୍ତୁତ ହେବ।
ସେ ଆହୁରି ମଧ୍ୟ କହିଛନ୍ତି, ତୃଣମୂଳସ୍ତରରେ ନିର୍ବାଚନ ପରିଚାଳନା କମିଟି ହେବ। ବୁଥକୁ ମଜଭୁତ କରାଯିବ। ମୁଖ୍ୟ ଲକ୍ଷ୍ୟ ହେଲା ନିର୍ବାଚନରେ ବିଜେପିକୁ ପୋଜିସନିଂଗ କରି ନିର୍ବାଚନ ଜିତିବା ଓ ବିଜେଡିକୁ ହରାଇବା।
୨୦୧୭ ପଞ୍ଚାୟତ ନିର୍ବାଚନରେ ଆମର ସାଂସଦ ଓ ବିଧାୟକ ସଂଖ୍ୟା କମ ଥାଇ ଆମେ ଭଲ କରିଥିଲେ। ଆଉ ଏବେ ସାଂସଦ ଓ ବିଧାୟକଙ୍କ ସଂଖ୍ୟା ଅଧିକ, ତେଣୁ ପଞ୍ଚାୟତ ନିର୍ବାଚନ ଫଳାଫଳ ଆହୁରି ଭଲ ହେବ। ପଞ୍ଚାୟତ ନିର୍ବାଚନରେ କିଏ ଲଢ଼ିବ, କିଏ ପ୍ରଚାର କରିବ ଆଉ କିଏ ପରିଚାଳନା କରିବ ସେନେଇ ବୈଠକରେ ଆଲୋଚନା ହେଉଛି। ସେହିପରି ପୋଷ୍ଟର ଓ ବ୍ୟାନର କଣ ହେବ ସେନେଇ ମଧ୍ୟ ଆଲୋଚନା କରାଯାଉଛି।

The post ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ହରାଇବା ବିଜେପିର ମୁଖ୍ୟ ଲକ୍ଷ୍ୟ: ସାଂସଦ ସୁରେଶ ପୂଜାରୀ first appeared on Sambad.

from ରାଜନୀତି | Sambad https://ift.tt/3yYZMzg