ଭୁବନେଶ୍ବର: ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆସନ୍ତାକାଲି କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରା ଦେଇଛି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବନ୍ଦ ପାଳନ କରିବ କଂଗ୍ରେସ ।ତେବେ ଏହାକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଉଭୟ ବିଜେପି ଓ କଂଗ୍ରେସ ଉପରେ ବର୍ଷିଛି ।  ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ହାତ ମିଳାଇ କଂଗ୍ରେସ ଶସ୍ତା ରାଜନୀତି କରୁଛି। କଂ‌ଗ୍ରେସ ଭାରତୀୟ ଜନତା ପାର୍ଟିର ବି ଟିମ୍‌ ପାଲଟି ଯାଇଛି। ବିଜେପିର ଭରସାରେ କଂଗ୍ରେସ ନାଚୁଛି। କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ୍ ସନ୍‌ସାଇନ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ପ୍ରସଙ୍ଗରେ ବିଜେଡି ସାମ୍ବାଦିକ ସମ୍ମିଳନୀରେ ଗୁୁରୁବାର ଏହା କହିଛି। ବିଜେଡି କହିଛି ଯେ, ସାଧାରଣ ଲୋକ ଆର୍ଥିକ ଦୂରାବସ୍ଥା ସୁଧାରିବାକୁ ଚେଷ୍ଟା କରିଛନ୍ତି। ସେପଟେ କଂଗ୍ରେସ ବନ୍ଦ ଡାକରା ଦେଇଛି। ଏହା ସାଧାରଣ ଲୋକଙ୍କ ପ୍ରତି କୁଠାରଘାତ। ମମିତା ମେହେରଙ୍କ ବାପା ନିଜେ କହିଛନ୍ତି ଯେ, ତଦନ୍ତ ଉପରେ ଭରସା ଅଛି।

ବିଜେଡିର ସାମ୍ବାଦିକ ସମ୍ମିଳନୀରେ ସସ୍ମିତ ପାତ୍ର କହିଛନ୍ତି ଯେ, ବିଜେପିର ଇସାରାରେ କଂଗ୍ରେସ ନାଚୁଛି। ପ୍ରମାଣ ଥିଲେ ଏହାକୁ କୋର୍ଟରେ ରଖନ୍ତୁ। ପୀଡିତାଙ୍କୁ ନ୍ୟାୟ ମିଳୁ କଂଗ୍ରେସ ଏହା ଚାହୁଁ ନାହିଁ। ଓଡ଼ିଶାର ସ୍ବାର୍ଥ ପାଇଁ କଂଗ୍ରେସର ବନ୍ଦ ଡାକରା ପ୍ରତ୍ୟାହାର କରୁ। ସୂଚନାଯୋଗ୍ୟ, ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦାବିରେ କଂଗ୍ରେସ ନଭେମ୍ବର ୧୨ରେ ଓଡ଼ିଶା ବନ୍ଦ ଡକାର ଦେଇଛି। ଏହି ବନ୍ଦ ପାଳନ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଜାରି ରହିବାକୁ କଂଗ୍ରେସ କହିଛି।

The post ଭାରତୀୟ ଜନତା ପାର୍ଟିର ବି ଟିମ୍‌ ପାଲଟି ଯାଇଛି କଂଗ୍ରେସ: ବିଜେଡି first appeared on Sambad.

from ରାଜନୀତି | Sambad https://ift.tt/3HchbZ3