ନୂଆଦିଲ୍ଲୀ: ଆଜି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ  ସଚିନ ପାଇଲଟ୍‌ଙ୍କ ସହ ଚାଲିଥିବା ଦୀର୍ଘ ଦିନର ବିବାଦର ଅବସାନ ଘଟାଇବାକୁ ଯାଇ କ୍ୟାବିନେଟ୍‌ ସମ୍ପ୍ରସାରଣ କରିବେ ବୋଲି କଳ୍ପନାଜଳ୍ପନା ଜୋର୍‌ ଧରିଛି।

ତାଙ୍କ ମନ୍ତ୍ରାଳୟରେ ସଚିନ ପାଇଲଟ୍‌ଙ୍କ ସମର୍ଥକମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଗତକାଲି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଗେହଲଟ୍‌ଙ୍କୁ କହିଥିଲେ ବୋଲି ଶୁଣାଯାଉଛି।

ଦଳର ନେତାମାନେ କହୁଛନ୍ତି, ରାଜସ୍ଥାନ କ୍ୟାବିନେଟ୍‌ ସମ୍ପ୍ରସାରଣ ଏବଂ ରାଜ୍ୟ ନିଗମମାନଙ୍କରେ ଅଧ୍ୟକ୍ଷ ନିଯୁକ୍ତି ସମ୍ବନ୍ଧରେ ଆଲୋଚନା କରିବାକୁ ଗେହଲଟ୍‌ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ।

Image Courtesy of ANI

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କହିଛନ୍ତି, ରାଜସ୍ଥାନରେ କ୍ୟାବିନେଟ୍‌ ପୁନର୍ବିନ୍ୟାସ କଥା ଦଳର ହାଇକମାଣ୍ଡ୍‌ ସ୍ଥିର କରିବେ। ଏ ସମ୍ପର୍କରେ ଅଜୟ ମାକେନଙ୍କ ପାଖରେ ସମସ୍ତ ସୂଚନା ରହିଛି। ଆମର ଇଚ୍ଛା ରାଜ୍ୟରେ ଉତ୍ତମ ଶାସନ ଚାଲୁ।

ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ତୁରନ୍ତ କ୍ୟାବିନେଟ୍‌ ପୁନର୍ବିନ୍ୟାସ ହେଉ ବୋଲି କଂଗ୍ରେସ ହାଇକମାଣ୍ଡ୍‌ ଚାହୁଁଛନ୍ତି। ପ୍ରାୟ ବର୍ଷେ ତଳେ ଦଳର ହାଇକମାଣ୍ଡ୍‌ ପାଇଲଟ୍‌ଙ୍କୁ ଏ ବିଷୟରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରତିଶ୍ରୁତି ଦେବା ପରେ ସେ ବିଦ୍ରୋହ ବନ୍ଦ କରିଥିଲେ।

The post ସୋନିଆ ଗାନ୍ଧୀଙ୍କୁ ଭେଟିଲେ ଅଶୋକ ଗେହଲଟ୍‌; ଖୁବ୍‌ ଶୀଘ୍ର ରାଜସ୍ଥାନ କ୍ୟାବିନେଟ୍‌ ସମ୍ପ୍ରସାରଣ ସମ୍ଭାବନା first appeared on Sambad.

from ରାଜନୀତି | Sambad https://ift.tt/3kqfAVE