କୋଲ୍‌କାତା: ଭାରତୀୟ ଜନତା ପାର୍ଟି ପରିତ୍ୟାଗ କରିବା ପାଇଁ ବଙ୍ଗୀୟ ଅଭିନେତ୍ରୀ ଶ୍ରାବନ୍ତୀ ଚାଟାର୍ଜୀ ଆଜି ତାଙ୍କର ନିଷ୍ପତ୍ତି ଘୋଷଣା କରିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ମାର୍ଚ ୨ ତାରିଖରେ ସେ ‘ବିଜେପି’ରେ ଯୋଗ ଦେଇ ଜଣେ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ।

‘ବିଜେପି’ରୁ ଇସ୍ତଫା ଦେବାର କାରଣ ଦର୍ଶାଇବାକୁ ଯାଇ ସେ କହିଛନ୍ତି ଯେ, ପଶ୍ଚିମବଙ୍ଗର ଉନ୍ନତି ପାଇଁ ଦଳର କ‌ୌଣସି ଉଦ୍ୟମ ଓ ନିଷ୍ଠାପରତା ନାହିଁ।

Image Courtesy of The Economic Times

ସେ ‘ବିଜେପି’ ପରିତ୍ୟାଗ କରି ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ‘ତୃଣମୂଳ କଂଗ୍ରେସ’ରେ ସାମିଲ ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ଦିଦିଙ୍କ ପ୍ରତି ତାଙ୍କର ଦରଦ ଉଦ୍ରେକ ହୋଇଥିବାରୁ ସେ ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେବେ କି? ବୋଲି ଜଣେ ସାମ୍ବାଦିକ କରିଥିବା ଟୁଇଟ୍‌ର ଉତ୍ତର ଦେଇ ୩୪ ବର୍ଷୀୟ ଅଭିନେତ୍ରୀ ଶ୍ରାବନ୍ତୀ କହିଛନ୍ତି, ତାହା ଆଗକୁ ଜଣାପଡ଼ିବ।

ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ପ୍ରଚାର ରାଲିରେ ସେ ‘ବିଜେପି’ ନେତା କୈଳାସ ବିଜୟବର୍ଗୀୟ ଏବଂ ଦିଲୀପ ଘୋଷଙ୍କ ସହ ଦେଖାଯାଇଥିଲେ। ‘ତୃଣମୂଳ କଂଗ୍ରେସ’ର ପାର୍ଥ ଚାଟାର୍ଜୀଙ୍କ ସହ ଶ୍ରାବନ୍ତୀ ବେହାଲା ପଶ୍ଚିମ ବିଧାନସଭା ଆସନ ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରି ପରାସ୍ତ ହୋଇଥିଲେ।

The post ଦଳରେ ନିଷ୍ଠାପରତା ନ ଥିବା ଦର୍ଶାଇ ‘ବିଜେପି’ ଛାଡ଼ିଲେ ବଙ୍ଗୀୟ ଅଭିନେତ୍ରୀ ଶ୍ରାବନ୍ତୀ ଚାଟାର୍ଜୀ first appeared on Sambad.

from ରାଜନୀତି | Sambad https://ift.tt/30f5Q9G