ଭୁବନେଶ୍ବର : ଆସନ୍ତା ୧୨ତାରିଖରେ ରାଜ୍ୟ କଂଗ୍ରେସ ପକ୍ଷରୁ ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସନସାଇନ୍ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେରା ହତ୍ୟାକାଣ୍ଡ ଘଟଣାରେ ଗୃହ ରାଜ୍ୟ ମନ୍ତ୍ରୀଙ୍କୁ ବହିଷ୍କାର ସହିତ ନିରପେକ୍ଷ ତଦନ୍ତ ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ବଜିତ ଦାଶଙ୍କ ସଭାପତିତ୍ବରେ ଏ ସଂପର୍କିତ ରୂପରେଖ ନେଇ ଆଲୋଚନା କରାଯାଇଛି।

ମମିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଓଡ଼ିଶା ବନ୍ଦ ଡାକରାକୁ ସଫଳ କରିବାକୁ ପାଇଁ ଭୁବନେଶ୍ବରର ସବୁ ସ୍ଥାନରେ ଜୋରଦାର ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଏହି ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କ ସାହାଯ୍ୟ ସହଯୋଗ କାମନା କରାଯାଇଛି। ମମିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ର କଂଗ୍ରେସ ସଭାପତି ୟାସର ନୱାଜ୍ କହିଛନ୍ତି। ବୈଠକରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି, ସଂପାଦକ ସୁବ୍ରତ ମହାପାତ୍ର, ଜିଲ୍ଲା ମୁଖପାତ୍ର ସଂଜୀବ ମହାନ୍ତି, ମନୋରଂଜନ ଦାଶ, ମୋହନ ଜେନା, ଆଶିଷ ମଲ୍ଲିକ, ଜୟକୃଷ୍ଣ ସୁବୁଦ୍ଧି, ଗୀତାଞ୍ଜଳି ମହାନ୍ତି, କୁସୁମ ପ୍ରଧାନ, ଚୈତାଳି ପଟ୍ଟନାୟକ, ପ୍ରଭାବତୀ ପଟ୍ଟନାୟକ, ପ୍ରସନ୍ନ ପରିଡ଼ା, ଅଶୋକ ଦାଶ, ମିହିର ଆଚାର୍ଯ୍ୟ, ଦେବରାଜ ମିଶ୍ର, ବ୍ରହ୍ମାନନ୍ଦ ସାହୁ, ଅନୱର ଖାଁ, ଇନ୍ଦ୍ରଜିତ ପରିଡ଼ା, ସେକ୍ ଅଫତାବ ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ।

The post ‘ଓଡ଼ିଶା ବନ୍ଦ’କୁ ସଫଳ କରିବାକୁ ଜୋରଦାର ଆନ୍ଦୋଳନ କରାଯିବ: କଂଗ୍ରେସ first appeared on Sambad.

from ରାଜନୀତି | Sambad https://ift.tt/2YDKuSW