
ଭୁବନେଶ୍ବର: ମମିତା ମେହେର ମୃତ୍ୟୁ ଘଟଣାକୁ ନେଇ ତେଜିଲା ରାଜ୍ୟ ରାଜନୀତି । ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଶାଣିତ ସମାଲୋଚନାର ଉତ୍ତର ରଖିଲା କଂଗ୍ରେସ । ଏହି ମୃତ୍ୟୁ ଘଟଣାକୁ ନେଇ କଂଗ୍ରେସ ରାଜନୀତି କରୁଥିବା କଥା ଯାହା ବିଜେଡି ଆଣିଛି ତାହା ଅମୂଳକ। କୌଣସି ସ୍ପର୍ଶକାତର ପ୍ରସଙ୍ଗକୁ ଉଠାଇବାରେ ଯଦି କୌଣସି ରାଜନୈତିକ ଦଳ ଉଦ୍ୟମ କରେ, ତାକୁ ରାଜନୀତିକରଣ କୁହାଯାଏ ବୋଲି ବରିଷ୍ଠ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ସୂଚନା ଦେଇଛନ୍ତି।
ଏଥି ସହିତ କଂଗ୍ରେସ ରାଜନୀତି କରିବାରେ କିଛି ଦ୍ୱିଧା ନାହିଁ । ବିଜେଡି ଆଣିଥିବା ଅଭିଯୋଗ କୌଣସି ରାଜନୀତି ଦଳ ତଥ୍ୟ ପ୍ରମାଣ ମାଗିବାରେ ଯଥାର୍ଥତା ନାହିଁ । କାରଣ କୌଣସି ରାଜନୈତିକ ଦଳ ଦତନ୍ତକାରୀ ସଂସ୍ଥା ନୁହେଁ । ବିଜେଡି ମଧ୍ୟ ଏକଥା ଭଲ ଭାବରେ ଜାଣିଛି । ଜାତୀୟ ମାନବାଧିକାର କମିସନ ଓ ଅନ୍ୟ କିଛି ରିପୋର୍ଟ ଆଧାରରେ ଏହି ପ୍ରସଙ୍ଗ ଗୁରୁତ୍ୱପର୍ଣ୍ଣ ବୋଲି ଦାବି କରି ଆସୁଛି କଂଗ୍ରେସ ।
ମୋଟ ଉପରେ ଏହି ଘଟଣାର ତଦନ୍ତକୁ ବାଟବଣା କରିବା ପାଇଁ ରୀତିମତ ଶାସକ ଦଳ ଷଡଯନ୍ତ୍ର କରୁଛି ବୋଲି ବରିଷ୍ଠ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଆସନ୍ତାକାଲି କଂଗ୍ରେସ ଦଳ ସାରାରାଜ୍ୟରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରିବ । ହାଇକୋର୍ଟଙ୍କ ନିର୍ଦେଶକୁ ଅନୁପାଳନ କରାଯିବ ବୋଲି କହିଛନ୍ତି ସତ୍ୟପ୍ରକାଶ ନାୟକ ।
The post ମମିତା ମେହେର ମୃତ୍ୟୁ ଘଟଣାର ତଦନ୍ତକୁ ବାଟବଣା କରିବା ପାଇଁ ରୀତିମତ ଶାସକ ଦଳ ଷଡଯନ୍ତ୍ର କରୁଛି: କଂଗ୍ରେସ first appeared on Sambad.
from ରାଜନୀତି | Sambad https://ift.tt/3c01iq3
0 Comments