ବାରଙ୍ଗ : ବାରଙ୍ଗ ବ୍ଳକ ଅରିଲୋ ଠାରେ ଓମଫେଡ ପ୍ରକଲ୍ପ ଉଦଘାଟନ ଉତ୍ସବରେ ଯୋଗଦେବାକୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଥିବାବେଳେ ତ୍ରିଶୂଳିଆ ଛକ ଠାରେ କଳା ପତାକା ଦେଖାଇବା ଯୋଜନାରେ ଥିବା ବିଜେପି କର୍ମୀଙ୍କୁ ପୁଲିସ ଆଗୁଆ ଉଠାଇ ନେଇଥିଲା।

ବିଜେପି ଯୁବନେତା ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ନେତୃତ୍ବରେ କର୍ମୀମାନେ କଳାପତାକା ପ୍ରଦର୍ଶନ କରିବାକୁ ଉଦ୍ୟମ କରିଥିଲେ। ଆଦିତ୍ୟ ପାଳ, କିଷନ କୁମାର ଜେନା, ମାନସ ନାୟକ, ଦୀପକ କୁମାର ସ୍ବାଇଁ, ପ୍ରମୋଦ ବିଶୋଇ, ଅରବିନ୍ଦ ମହାପାତ୍ର, ସୌମ୍ୟରଞ୍ଜନ ନାୟକ, ହରିଶ ଚକ୍ରବର୍ତ୍ତି, ନିରଞ୍ଜନ ପାଣି, ମାନସ ବେହେରା, ଗଗନ ବିଶ୍ବାଳ, ତାପସ କୁମାର ମୁଦୁଲି, ଜନକ ସାହୁ ,ସଞ୍ଜୟ କୁମାର ପାଣି, ପ୍ରତାପ ଚନ୍ଦ୍ର ମଣ୍ତଳଙ୍କୁ ପୁଲିସ ବାରଙ୍ଗ ଥାନାରେ ଅଟକ ରଖିଥିଲା। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓମଫେଡ ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମ ଶେଷ ହେବା ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା।

ସେହିଭଳି ନରାଜ ପୋଲ ନିକଟରେ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ବିଜେପି କର୍ମୀ କଳାପତାକା ପ୍ରଦର୍ଶନ କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ବିଜେପି ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମିରେଖା ଦାସ, ପୌର୍ଣ୍ଣବାସୀ ମହାପାତ୍ର, ରଞ୍ଜିତା ନାଏକ, ଜୟକୃଷ୍ଣ ସ୍ବାଇଁ, ସବ୍ୟସାଚୀ ମହାପାତ୍ର, ସୁବାସ ମହାନ୍ତି, ସଂଜୀବ ଚିନାରା, ଅମ୍ବିକା ସାମଲ, ସଞ୍ଜୟ ଜେନା, ମହମ୍ମଦ ସବିର, ରତନ ମହାନ୍ତି, ଦେବାନନ୍ଦ ସିଂ, ପ୍ରଭାତ ରାଉତ, ସୁରେଶ ମହାନ୍ତି, ସତ୍ୟବ୍ରତ ମିଶ୍ର, ଶିବେଶ ମିଶ୍ର, ହରି ନାଏକ, ପୂର୍ଣ୍ଣ ଭଞ୍ଜ, ଶ୍ରୀନୁ ଆଚାରୀ, ଅରୁଣ ବେହେରା, ଶ୍ୟାମସୁନ୍ଦର ସାହୁ, ନଳିନୀ ରାଏ, ଅଭିଷେକ ଦାସ, ଶ୍ରୀନିବାସ ରେଡି, ହୃଦାନନ୍ଦ ମହାନ୍ତି, ସରୋଜ ସାହୁ, ତପନ ଦଳେଇ, ରବି ଦଳେଇ, ରାଜେଶ ସେଠୀ, ବିକାଶ ବେହେରା ପ୍ରମୁଖଙ୍କୁ ପୁଲିସ ଗିରଫ କରିଥିଲା।

The post ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ ଉଦ୍ୟମ ବିଫଳ: ବିଜେପି କର୍ମୀଙ୍କୁ ଉଠାଇନେଲା ପୁଲିସ first appeared on Sambad.

from ରାଜନୀତି | Sambad https://ift.tt/30hLpJu