ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ୱର ଜିଲ୍ଲା ଭୋଗରାଇର ସମାଜସେବୀ ଗୌତମବୁଦ୍ଧ ଦାସ ଗୁରୁବାର ଦିନ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଗୁରୁବାର ଦିନ ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ଗୌତମବୁଦ୍ଧଙ୍କ ଯୋଗଦାନ ଫଳରେ ଦଳ ସାଂଗଠନିକ ଓ ବୌଦ୍ଧିକ ସ୍ତରରେ ଅଧିକ ସଶକ୍ତ ହେବ ବୋଲି ଶ୍ରୀ ଦାସ କହିଥିଲେ।

ଏହି ଅବସରରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ବିଜେଡି ସମ୍ପାଦକ ଅମରେଶ ଜେନା, ସମ୍ପାଦକ କୁନବିହାରୀ ଦାସ, ଓଡ଼ିଶା ମୋ ପରିବାରର ସଂଯୋଜକ ପ୍ରକାଶ ତ୍ରିପାଠୀ, ଛାତ୍ରନେତା ଦୀନବନ୍ଧୁ ପତି ଓ ରୋଜା ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।

The post ବିଜେଡିରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ first appeared on Sambad.

from ରାଜନୀତି | Sambad https://ift.tt/3DbplOL