ଭୁବନେଶ୍ବର: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦରେ ଆଜି କଂଗ୍ରେସ ଦଳ ତରଫରୁ ୬ ଘଣ୍ଟିଆ ହରତାଳ ନେଇ ଶାସକ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି।ଏଥିରେ ଓଡ଼ିଶା କଂଗ୍ରେସର ହରତାଳ ଏକ ଉପହାସ ବୋଲି ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଲେ। ସେ କହିଲେ, ମମିତା ପରିବାର ଏ ପ୍ରସଙ୍ଗର ରାଜନୀତିକରଣ ନ କରିବା ପାଇଁ ଅନୁରୋଧ କରିଥିଲେ। ମାତ୍ର ବିରୋଧୀ ତା ପରେ ବି ଯେଉଁ ରାଜନୀତି କରୁଛନ୍ତି, ତାହା ନିନ୍ଦନୀୟ। ଓଡ଼ିଶା କଂଗ୍ରେସ କରିଥିବା ହରତାଳରେ ତାଙ୍କ ଦଳର ନେତାମାନେ ହିଁ ଘରୁ ବାହାରି ନାହାନ୍ତି। ସାଧାରଣ ଲୋକେ ଏହି ହରତାଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଜେପି ଦ୍ୱାରା ପ୍ରାୟୋଜିତ ହୋଇ କଂଗ୍ରେସ ଏହି ହରତାଳ କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି।
ଏହି ହରତାଳର ଫଳାଫଳ ଉଭୟ ବିରୋଧୀଙ୍କ ପାଇଁ ଚେତାବନୀ। ଏହାକୁ ଲୋକମାନେ ଗ୍ରହଣ କରିନାହାନ୍ତି ବୋଲି ସେମାନେ ବୁଝିବା ଦରକାର। ଓଡ଼ିଶା କଂଗ୍ରେସର ଯେଉଁ ହରତାଳ ଆଜି ବିଫଳ ହୋଇଛି। ରାହୁଲ ଗାନ୍ଧୀଙ୍କ ଅଗୋଚରରେ ଏଠି ବିଜେପି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇଯାଇଛି ବୋଲି ସସ୍ମିତ ପାତ୍ର କହିଲେ।
The post କଂଗ୍ରେସର ହରତାଳକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି: ବିଜେଡି first appeared on Sambad.from ରାଜନୀତି | Sambad https://ift.tt/3n9N7Fo
0 Comments