
ନୂଆଦିଲ୍ଲୀ: ଯଦି ‘ବିଜେପି’ ନିଷ୍ପତ୍ତି ନିଏ ତେବେ ଆସନ୍ତା ବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ କହିଛନ୍ତି।
ସାମ୍ବାଦିକମାନଙ୍କ ସହ ଆଳାପ ବେଳେ ଯୋଗୀ ଆଦିତ୍ୟନାଥ କହିଲେ, ମୁଁ ସବୁବେଳେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଛି ଏବଂ ଦଳ ଯେଉଁଠି କହିବ ସେଠାରେ ପ୍ରତିଦ୍ବନ୍ଦ୍ବିତା କରିବି।
ସେ ଆହୁରି ମଧ୍ୟ କହିଲେ, ଦଳର ଏକ ସଂସଦୀୟ ବୋର୍ଡ ରହିଛି। କିଏ କେଉଁଠୁ ନିର୍ବାଚନ ଲଢ଼ିବ ସେ ବୋର୍ଡ ସ୍ଥିର କରେ।
ସୂଚନାଯୋଗ୍ୟ, ସମ୍ପ୍ରତି ଆଦିତ୍ୟନାଥ ଉତ୍ତର ପ୍ରଦେଶ ବିଧାୟକ ପରିଷଦ୍ର ସଦସ୍ୟ ଅଛନ୍ତି।
ଏହା ବ୍ୟତିରେକେ, ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ୨୦୧୭ ନିର୍ବାଚନ ସମୟରେ ହୋଇଥିବା ପ୍ରଚାର ଅଭିଯାନରେ ଯେତେ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା ଉତ୍ତର ପ୍ରଦେଶ ସରକାର ସେ ସବୁ ପୂରଣ କରିଛି।
ତାଙ୍କ ଶାସନ କାଳରେ ଉତ୍ତର ପ୍ରଦେଶରେ ଆଇନଶୃଙ୍ଖଳା ପରିସ୍ଥିତି ସୁଧୁରିଛି ବୋଲି ଦର୍ଶାଇ ସେ କହିଛନ୍ତି, ଦୀପାବଳି ସମେତ ସମସ୍ତ ପର୍ବପର୍ବାଣି ଶାନ୍ତିରେ ପାଳନ କରାଯାଉଛି। ପୂର୍ବରୁ ମଧ୍ୟ ଦୀପାବଳି ପାଳିତ ହେଉଥିଲା ଏବଂ ରାଜ୍ୟରେ କୁମ୍ଭମେଳା ମଧ୍ୟ ପ୍ରଥମ କରି ଆରମ୍ଭ କରାଯାଉନାହିଁ। କିନ୍ତୁ, ଉତ୍ତର ପ୍ରଦେଶ ନିର୍ମଳ ଭାବମୂର୍ତ୍ତି ସଙ୍କଟରୁ ତ୍ରାହି ପାଇବାକୁ ଉତ୍ତର ପ୍ରଦେଶ ଉଦ୍ୟମ କରୁଥିଲା। ୨୦୧୭ ପରେ ରାଜ୍ୟ ସେଥିରେ ସଫଳ ହୋଇଛି। ସମାଜର ନିମ୍ନସ୍ତରରେ ଥିବା ଜନତାଙ୍କ ନିକଟରେ ମଧ୍ୟ ସବୁ ପ୍ରକାର ଯୋଜନା ପହଞ୍ଚୁଛି।
ସରକାରଙ୍କ ସଫଳତାର ତାଲିକା ଦେବାକୁ ଯାଇ ଆଦିତ୍ୟନାଥ କହିଲେ, ଏହି ସମୟ ମଧ୍ୟରେ ପ୍ରାୟ ୪.୫ ଲକ୍ଷ ଲୋକ ଦୁର୍ନୀତିମୁକ୍ତ ପ୍ରକ୍ରିୟାରେ ସରକାରୀ ଚାକିରି ପାଇଛନ୍ତି। ଚାକରି ନିମନ୍ତେ ହୋଇଥିବା ଚୟନ ପ୍ରକ୍ରିୟା ପ୍ରତି କେହି ନକରାତ୍ମକ ମନ୍ତବ୍ୟ ଦେଇ ପାରିବେ ନାହିଁ।
The post ‘ବିଜେପି’ ନିଷ୍ପତ୍ତି ନେଲେ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବି: ଯୋଗୀ ଆଦିତ୍ୟନାଥ first appeared on Sambad.from ରାଜନୀତି | Sambad https://ift.tt/3CVrwWH
0 Comments