
ନବରଙ୍ଗପୁର : କିଛିଦିନ ତଳେ କଂଗ୍ରେସର ହାତ ଛାଡ଼ିଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଆଜି ବିଜେଡିରେ ଯୋଗଦେବେ। ବିଜେଡିରେ ଯୋଗଦେବେ ବୋଲି ସେ ପୂର୍ବରୁ ସୂଚନା ଦେଇଥିଲେ। ଏଥିପାଇଁ ନବରଙ୍ଗପୁର ସହରର ସର୍କିଟ୍ ହାଉସ ଆଗରେ ଥିବା ପଡ଼ିଆରେ ବିଜେଡି ପକ୍ଷରୁ ଏକ ମଞ୍ଚ ପ୍ରସ୍ତୁତ କରାଯାଇଛି। ଏହି ମଞ୍ଚରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ଏହି ମିଶ୍ରଣ ପର୍ବରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଯୋଗଦେବେ। ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଅନ୍ୟ ବରିଷ୍ଠ ନେତା, ନବରଙ୍ଗପୁର ଜିଲ୍ଲାର ବିଧାୟକ ଓ ନେତାମାନେ ଏଠାକୁ ଆସି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି।
ଏହି ମିଶ୍ରଣପର୍ବ ପାଇଁ ସମସ୍ତପ୍ରକାର ପ୍ରସ୍ତୁତି ଶେଷହୋଇଛି। ବିଜେଡିର ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ତଥା କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ ସାଂସଦ ରମେଶ ଚନ୍ଦ୍ର ମାଝୀ ଏଠାକୁ ଆସି ଡେରା ପକାଇଛନ୍ତି। ମଞ୍ଚ ପ୍ରସ୍ତୁତି ଠାରୁ ଆରମ୍ଭ କରି କେଉଁ ନେତା କେଉଁଠି ବସିବେ, କାର୍ଯ୍ୟକ୍ରମରେ କେତେଜଣ ଯୋଗଦେବେ ଏସବୁର ପ୍ରସ୍ତୁତି ଚଳାଇଛନ୍ତି। ପ୍ରଦୀପଙ୍କ ସହିତ ତାଙ୍କର ସମର୍ଥକମାନେ ମଧ୍ୟ ଶୋଭାଯାତ୍ରାରେ ଆସି ମିଶ୍ରଣ ପର୍ବରେ ଯୋଗଦେବେ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ ମାସ ୨୨ ତାରିଖରେ ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଗତ ମାସ ୨୪ ତାରିଖ ଦିନ ତାଙ୍କ ସମର୍ଥକ ମାନେ କଂଗ୍ରେସ ଛାଡ଼ିବା ସହ ବିଜେଡିରେ ଯୋଗଦେବା ନେଇ ଘୋଷଣା କରିଥିଲେ। ଅନ୍ୟପଟେ ଗତ ୩୧ ତାରିଖ ଦିନ ପ୍ରଦୀପଙ୍କ ବିନା କଂଗ୍ରେସ ନିଜର ସ୍ଥିତି ଜାହିର କରିଥିଲା।
The post ଆଜି ବିଜେଡିରେ ଯୋଗଦେବେ ପ୍ରଦୀପ first appeared on Sambad.from ରାଜନୀତି | Sambad https://ift.tt/3okG9wT
0 Comments