
ବରଗଡ଼ : ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ନିଜ ପ୍ରଥମ ବରଗଡ଼ ଜିଲ୍ଲା ଗସ୍ତ କରିଛନ୍ତି। ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସଭାପତିତ୍ୱ ଏବଂ ଜିଲ୍ଲା ସାଧାରଣ ସଂପାଦକ ରବି ନାରାୟଣ ଦାଶଙ୍କ ସଂଯୋଜନାରେ ଜିଲ୍ଲାସ୍ତରୀୟ ସାଂଗଠନିକ ବୈଠକ ହୋଇଥିଲା। ମୁଖ୍ୟ ଅତିଥି ଡି. ପୁରନ୍ଦେଶ୍ୱରୀ ଏଥିରେ ଜିଲ୍ଲାର ସମସ୍ତ ସାଙ୍ଗଠନିକ ମଣ୍ଡଳକୁ ସଜାଡ଼ିବା ସହ ସଶକ୍ତ କରିବା ଏବଂ ବୁଥ୍ କମିଟିକୁ ସକ୍ରିୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଓଡ଼ିଶାରେ ମହିଳାଙ୍କୁ ସୁରକ୍ଷା ଦେବାରେ ନବୀନ ସରକାର ବିଫଳ ହୋଇଥିବାରୁ, ସରକାର ବିରୋଧରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଆହ୍ବାନ ଦେଇଥିଲେ।
ସମ୍ମାନିତ ଅତିଥି ସାଂସଦ ସୁରେଶ ପୂଜାରୀ ଗୋବିନ୍ଦ କୁମ୍ଭାର ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନଥିବା ଏବଂ ମମିତା ମେହେର ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତକୁ ସେ ବର୍ଜନ କରିବେ ବୋଲି କହିଥିଲେ। ବୈଠକରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକ, ରେଙ୍ଗାଲି ବିଧାୟକ ନାଉରି ନାଏକ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ମଂଚାସୀନ ଥିଲେ। ବରିଷ୍ଠ କର୍ମକର୍ତାମାନେ ଉପସ୍ଥିତ ଥିଲେ।
The post ବରଗଡ଼ରେ ପୁରନ୍ଦେଶ୍ୱରୀ; ‘ତ୍ରୁଣମୂଳରେ ସଂଗଠନ ସଜାଡ଼, ସଶକ୍ତ କର’ first appeared on Sambad.from ରାଜନୀତି | Sambad https://ift.tt/3kqb2yq
0 Comments