
ନୂଆଦିଲ୍ଲୀ : ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ସହ କଥାବାର୍ତ୍ତା ପରେ ନବଜୋତ ସିଂହ ସିଦ୍ଧୁ ପଂଜାବ କଂଗ୍ରେସ ସଭାପତି ପଦରେ ରହିବାପାଇଁ ରାଜି ଅଛନ୍ତି। ତେବେ ଚନ୍ନିଙ୍କ ପାଖରେ ସେ କିଛି ଗୁରୁତ୍ବପୂର୍ଣ୍ଣ ଦାବି ରଖିଛନ୍ତି। ସିଦ୍ଧୁଙ୍କ ଦାବି ଆଧାରରେ ଚନ୍ନି ଶୁକ୍ରବାର ଦିନ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀ ଯାଇଛନ୍ତି। ଚନ୍ନି ମୁଖ୍ୟମନ୍ତ୍ରୀ ହେବାପରେ ପଂଜାବ ଅମଲାତନ୍ତ୍ରରେ ଅଦଳବଦଳ ହୋଇଥିଲା। ନୂଆ ନିଯୁକ୍ତିକୁ ସିଦ୍ଧୁ ବିରୋଧ କରିଛନ୍ତି। ସିଦ୍ଧୁଙ୍କ ଦାବି ଆଧାରରେ ଚନ୍ନି ମଧ ନିଯୁକ୍ତି ବଦଳାଇବାକୁ ରାଜିଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ଚନ୍ନି ପଂଜାବ ପୁଲିସ ମୁଖ୍ୟ ଇକବଲ ପ୍ରୀତ ସିଂହ ସାହୋତାଙ୍କୁ ହଟାଇ ଦେବାପାଇଁ ପ୍ରସ୍ତୁତ ଅଛନ୍ତି।
ନୂଆ ଦଳ ଗଠନ କରିବେ ଅମରିନ୍ଦର
ନୂଆଦିଲ୍ଲୀ : ପଂଜାବରେ କ୍ଷମତା କନ୍ଦଳ ଲାଗି ରହିଥିବା ବେଳେ ପୂର୍ବତନ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଛି। ଅମରିନ୍ଦର ଆଗାମୀ ୧୫ ଦିନ ମଧ୍ୟରେ ଏକ ନୂଆ ଦଳ ଆରମ୍ଭ କରିପାରନ୍ତି ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅମରିନ୍ଦରଙ୍କ ସହ ୧୨ରୁ ଅଧିକ ବିଧାୟକ ଯୋଗାଯୋଗରେ ଅଛନ୍ତି। ଅମରିନ୍ଦର ମଧ୍ୟ ଗତକାଲି ସ୍ପଷ୍ଟ କରିଛନ୍ତି, ସେ କଂଗ୍ରେସ ଦଳ ଛାଡ଼ିଦେବେ କିନ୍ତୁ ବିଜେପିରେ ଯୋଗ ଦେବେନାହିଁ। ଦଳରେ ବରିଷ୍ଠ ନେତାମାନାଙ୍କୁ ଅଣଦେଖା କରାଯାଉଥିବାରୁ କଂଗ୍ରେସର ପତନ ଆରମ୍ଭ ହୋଇସାରିଛି ବୋଲି ଅମରିନ୍ଦର ଗତକାଲି କହିଥିଲେ। କଂଗ୍ରେସରେ ତାଙ୍କୁ ଯେଉଁଭଳି ଅପମାନ ଦିଆଯାଇଛି ସେଥିଲାଗି ସେ ଆଉ ଦଳରେ ରହିବେନି ବୋଲି ସ୍ପଷ୍ଟ କରିସାରିଛନ୍ତି।
from ରାଜନୀତି | Sambad https://ift.tt/3uxGe2O
0 Comments