ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ବ୍ୟାପାର କାର୍ଯ୍ୟନିର୍ବାହୀ ଭାବେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍‌ଙ୍କ ସ୍ଥାନରେ ରାଜସ୍ଥାନର ରାଜସ୍ବ ମନ୍ତ୍ରୀ ହରିଶ ଚୌଧୁରୀ ଆସି ପାରନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ନିକଟ ଅତୀତରେ ପଞ୍ଜାବରେ ହୋଇଥିବା ନେତୃତ୍ବ ପରିବର୍ତ୍ତନ ସମୟରେ ହରିଶ ଚୌଧୁରୀଙ୍କୁ କଂଗ୍ରେସ ହାଇକମାଣ୍ଡ୍‌ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଥିଲେ। ସେତେବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ଇସ୍ତଫା ଦେବା ସହ ଚରଣଜୀତ୍‌ ସିଂହ ଚନ୍ନୀ ମୁଖ୍ୟମନ୍ତ୍ରୀ ପଦକୁ ଉନ୍ନୀତ ହୋଇଥିଲେ।

Hrish Coudhury Image Courtesy of The Tribune

ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ସମ୍ପ୍ରତି ହରିଶ ଚୌଧୁରୀ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଚରଣଜୀତ୍‌ ଚନ୍ନୀ ଏବଂ ଏ ସପ୍ତାହ ପ୍ରାରମ୍ଭରେ ଅଚାନକ ରାଜ୍ୟ କଂଗ୍ରେସ ମୁଖ୍ୟ ପଦବୀରୁ ଇସ୍ତଫା ଦେଇଥିବା ନବଜୋତ୍‌ ସିଂହ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ଆଲୋଚନାରେ ମଧ୍ୟସ୍ଥତା କରୁଛନ୍ତି।

ପଞ୍ଜାବ କଂଗ୍ରେସ କନ୍ଦଳ ପ୍ରତିକୂଳ ଦିଗକୁ ଗତି କରିବା ବେଳେ ହରିଶ ରାୱତ୍‌ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା। ଅମରିନ୍ଦର ସିଂହ ଗୁରୁତ୍ବପୂର୍ଣ୍ଣ ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଛନ୍ତି ବୋଲି ରାୱତ୍ କହୁଥିବା ବେଳେ ତାଙ୍କୁ (ଅମରିନ୍ଦର) କଂଗ୍ରେସ ଅପମାନିତ କରିଥିବା କହି ତାଙ୍କ (ରାୱତ୍‌) ଦାବିକୁ ଖଣ୍ଡନ କରିଥିଲେ।

The post ପଞ୍ଜାବ କଂଗ୍ରେସ ବ୍ୟାପାର କାର୍ଯ୍ୟନିର୍ବାହୀ ଭାବେ ହରିଶ ରାୱତ୍‌ଙ୍କ ସ୍ଥାନରେ ଆସି ପାରନ୍ତି ହରିଶ ଚୌଧୁରୀ first appeared on Sambad.

from ରାଜନୀତି | Sambad https://ift.tt/3uvysXf