ନୂଆଦିଲ୍ଲୀ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସିଧାସଳଖ ଆକ୍ରମଣ କରିଥିଲେ। ବିଜେପି ଆସନ୍ତା କିଛି ଦଶନ୍ଧି ପର୍ଯ୍ୟନ୍ତ ଭାରତୀୟ ରାଜନୀତିର କେନ୍ଦ୍ରରେ ରହିବ ଏବଂ ରାହୁଲ ଗାନ୍ଧି ଏହା ବୁଝିପାରୁନାହାନ୍ତି ବୋଲି ପ୍ରଶାନ୍ତ କିଶୋର କହିଥିଲେ। ତେବେ କଂଗ୍ରେସ ଆଜି ପ୍ରଶାନ୍ତ କିଶୋରଙ୍କୁ କଡ଼ା ଜବାବ ଦେଇଛି।

ତାମିଲନାଡ଼ୁ, ଗୋଆ ଏବଂ ପୁଡ଼ୁଚେରୀ କଂଗ୍ରେସ ପ୍ରଭାରୀ ଦିନେଶ ଗୁଣ୍ଡୁ କହିଛନ୍ତି, ଗଣତନ୍ତ୍ରରେ ସମସ୍ତ ରାଜନୈତିକ ଦଳ ତିଷ୍ଠି ରହିବେ। ତେବେ କେବଳ ବିଜେପି କଂଗ୍ରେସକୁ ଶେଷ କରିଦେବା ପାଇଁ ଚାହୁଛି ଏବଂ ପ୍ରଶାନ୍ତ କିଶୋରଙ୍କ ଭଳି ଲୋକ ସ୍ବପ୍ନ ଦେଖୁଛନ୍ତି ଯେ କଂ‌ଗ୍ରେସ ତିଷ୍ଠିବ ନାହିଁ। ତେବେ ପ୍ରଶାନ୍ତ କିଶୋର ବୁଝିବା ଦରକାର, କଂଗ୍ରେସ ମଧ୍ୟ କୁଆଡ଼େ ଯାଉନାହିଁ। ଉଲ୍ଲେଖ‌ଯୋଗ୍ୟ, ପ୍ରଶାନ୍ତ କିଶୋର ଗତକାଲି ଗୋଆରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଭାରତୀୟ ରାଜନୀତିର କେନ୍ଦ୍ରରେ ବିଜେପି ରହିବ ଏବଂ ଆସନ୍ତା କିଛି ଦଶନ୍ଧି ପର୍ଯ୍ୟନ୍ତ ବିଜେପି ପ୍ରମୁଖ ଶକ୍ତି ଭାବେ ତା’ର ପ୍ରଭାବ କାଏମ ରଖିବ। ରାହୁଲ ଗାନ୍ଧି ଏକଥାକୁ ଅନୁଭବ କରିପାରୁନାହାନ୍ତି ଏବଂ ଲୋକେ ମୋଦୀଙ୍କୁ କ୍ଷମତାରୁ ହଟାଇଦେଲେ କଂଗ୍ରେସ କ୍ଷମତାକୁ ଆସିଯିବ ବୋଲି ଭାବୁଛନ୍ତି। ଇତି ମଧ୍ୟରେ ବିଜେପି କହିଛି ଯେ ସମଗ୍ର ଦେଶ ପ୍ରଶାନ୍ତ କିଶୋରଙ୍କ ଟିପ୍ପଣୀରେ ସହମତ।

The post ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସର କଡ଼ା ଜବାବ: ଆମେ ବି କୁଆଡ଼େ ଯାଉନାହୁଁ first appeared on Sambad.

from ରାଜନୀତି | Sambad https://ift.tt/3ErTee2