
ଗୋଆ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଏଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଟେନିସ ତାରକା ଲିଆଣ୍ଡର ପେସ୍ ଆଜି ଆନୁଷ୍ଠାନିକ ଭାବେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଲିଆଣ୍ଡରଙ୍କ ସହ ବଲିଉଡ୍ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ନଫିସା ଅଲ୍ଲୀ ଏବଂ ମୃଣାଳିନୀ ଦେଶପ୍ରଭୁ ମଧ୍ୟ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ତୃଣମୂଳ ସାଂସଦ ଡେରେକ ଓବ୍ରାଏନ୍ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ। ମମତା ବାନାର୍ଜୀ ସେମାନଙ୍କୁ ଦଳୀୟ ପତାକା ଦେଇ ସ୍ବାଗତ ଜଣାଇଥିଲେ।
The post ଟିଏମ୍ସିରେ ମିଶିଲେ ଲିଆଣ୍ଡର ପେସ୍ first appeared on Sambad.from ରାଜନୀତି | Sambad https://ift.tt/3k9VP4P
0 Comments