ପାନାଜୀ: ‘ମାଛ ଓ ଫୁଟ୍‌ବଲ୍‌’ ବଙ୍ଗ ଏବଂ ଗୋଆକୁ ସଂଯୋଗ କରୁଛି ଦର୍ଶାଇ ‘ତୃଣମୂଳ କଂଗ୍ରେସ’ର ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି, ସେ କ୍ଷମତା ଅକ୍ତିଆର କରିବାକୁ କିଂବା ଗୋଆର ମୁଖ୍ୟମନ୍ତ୍ରୀ ହେବାକୁ ଆସି ନାହାନ୍ତି। କିନ୍ତୁ, ସେ ଗୋଆରେ କେନ୍ଦ୍ର ସରକାରଙ୍କ ‘ଦାଦାଗିରି’ କରାଇ ଦେବେନାହିଁ।

ପାନାଜୀରେ କୋଙ୍କଣୀ ଭାଷାରେ ସେ ପ୍ରଥମ ଉଦ୍‌ବୋଧନ ଦେଇ କହିଲେ, ଦେଲ୍ଲିଚି ଦାଦାଗିରି ଅନିକ ନାକା (ଆଉ ଦିଲ୍ଲୀର ଦାଦାଗିରି ଚଳିବ ନାହିଁ)। ମୁଁ ବାହାର ଲୋକ ନୁହେଁ, ମୁଁ ଗୋଆର ମୁଖ୍ୟମନ୍ତ୍ରୀ ହେବାକୁ ଚାହେଁନାହିଁ।

Image Courtesy of India Today

ମୁଁ ଜଣେ ଭାରତୀୟ, ମୁଁ ସବୁ ଜାଗାକୁ ଯାଇପାରିବି। ବଙ୍ଗ ମୋ ମାତୃଭୂମୀ ହେଲେ, ଗୋଆ ମଧ୍ୟ ମୋ ମାତୃଭୂମୀ… ମୁଁ ଗୋଆକୁ ଆସିଛି, ସେମାନେ (ବିଜେପି) ମୋ ପୋଷ୍ଟର୍‌ଗୁଡ଼ିକୁ ବିବର୍ଣ୍ଣ କରି ପକାଇଛନ୍ତି। ମେମାନଙ୍କ ମସ୍ତିଷ୍କ ବିକୃତି ଘଟିଛି। ସେମାନେ ମୋତେ କଳାପତାକା ଦେଖାଇଛନ୍ତି। ମୁଁ ସେମାନଙ୍କୁ ନମସ୍ତେ କହିଛି।

Image Courtesy of MSN

ତିନିଦିନିଆ ଗସ୍ତରେ ଯାଇ ଗୁରୁବାର ସନ୍ଧ୍ୟାରେ ମମତା ବାନାର୍ଜୀ ଉପକୂଳବର୍ତ୍ତୀ ରାଜ୍ୟ ଗୋଆରେ ପହଞ୍ଚିଛନ୍ତି। ଗୋଆରେ ଆଜି ଅଭିନେତ୍ରୀ ନଫିସା ଅଲି ମଧ୍ୟ ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇଛନ୍ତି।

ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି, ଗୋଆ ଅତି ସୁନ୍ଦର। ଆମେ ଗଣତନ୍ତ୍ରରେ ବିଶ୍ୱାସ କରୁ। କ୍ଷମତା ଅକ୍ତିଆର କରିବାକୁ ନୁହେଁ, ଆପଣମାନଙ୍କୁ ସାହାଯ୍ୟ କରିବାକୁ ଆସିଛି। ଆପଣମାନେ ମାଛପ୍ରିୟ, ଆମେ ମଧ୍ୟ ମାଛପ୍ରିୟ। ଆପଣମାନେ ଫୁଟ୍‌ବଲ୍‌ ପ୍ରିୟ, ବଙ୍ଗ ମଧ୍ୟ ଫୁଟ୍‌ବଲ୍‌ ପ୍ରିୟ।

ମମତାଙ୍କ ଉଦ୍‌ବୋଧନୀ ସଭାରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫାଲେରିଓ, ‘ତୃଣମୂଳ କଂଗ୍ରେସ’ ସାଂସଦ ଡେରେକ୍‌ ଓ’ବ୍ରିଏନ୍‌ ଏବଂ ସ୍ଥାନୀୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।

The post ମୁଖ୍ୟମନ୍ତ୍ରୀ ହେବାକୁ ଆସିନାହିଁ କିନ୍ତୁ, ଗୋଆରେ କେନ୍ଦ୍ରର ଦାଦାଗିରି କରାଇ ଦେବିନାହିଁ: ମମତା ବାନାର୍ଜୀ first appeared on Sambad.

from ରାଜନୀତି | Sambad https://ift.tt/3EuVZeq