ନୂଆଦିଲ୍ଲୀ : ପୂର୍ବତନ ମୁମ୍ବାଇ ପୁଲିସ କମିସନର ପରମବୀର ସିଂହ ମାମଲାକୁ ନେଇ ବିଜେପି-କଂଗ୍ରେସ କଳି ଆରମ୍ଭ ‌ହୋଇଯାଇଛି। ପରମବୀର ସିଂହ ଦେଶ ଛାଡ଼ି ପଳାଇଛନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ଜଣା ପଡ଼ିଥିବା ବେଳେ ଏହି ମାମଲାକୁ ନେଇ ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ବିଜେପି ‌ନେତୃବୃନ୍ଦ ମହାରାଷ୍ଟ୍ର ସରକାରଙ୍କ ଉପରେ ବର୍ଷିଥିବା ବେଳେ କଂଗ୍ରେସ ମଧ୍ୟ ଏହାର ଜବାବ ଦେଇଛି। ପରମବୀର ସିଂହଙ୍କୁ ସୁରକ୍ଷିତ ଭାବେ ଦେଶ ଛାଡ଼ିବାରେ ବିଜେପି ‌ସହଯୋଗ କରିଛନ୍ତି ବୋଲି କଂଗ୍ରେସ ନେତା ସଚିନ ସାୱନ୍ତ ବିଜେପିକୁ ଦାୟୀ କରିଛନ୍ତି। ସାୱନ୍ତ କହିଛନ୍ତି, ପରମବୀର ଯଦି ଦେଶ ଛାଡ଼ିଛନ୍ତି ତେବେ ଏହା ପଛରେ ବିଜେପିର ଭୂମିକା ରହିଛି।

The post ପରମବୀର ସିଂହଙ୍କୁ ନେଇ କଂଗ୍ରେସ, ବିଜେପି କଳି first appeared on Sambad.

from ରାଜନୀତି | Sambad https://ift.tt/3Da5E9X