ଭଞ୍ଜନଗର: ସମାଜର ସବୁ ସ୍ତରର ଲୋକଙ୍କ ପାଇଁ ବିକାଶ କରିବାକୁ ହେଲେ ବିପ୍ଳବର ଆବଶ୍ୟକ ରହିଛି। ଆଉ ସେହି ବିପ୍ଳବ ଯୁଦ୍ଧ କିମ୍ବା ଲଢେଇରେ ମିଳେନି। ବିପ୍ଳବ ନୀରବ ଆଉ ନିଶଦ୍ଧରେ ଆସେ। ସେହି ନୀରବ ବିପ୍ଳବର ମହାନାୟକ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯାହାଙ୍କ ନେତୃତ୍ବରେ ବିଜୁ ବାବୁଙ୍କ ନାମରେ ହୋଇଥିବା ଦଳ ଏବଂ ଓଡ଼ିଶା ସାରା ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଅତିଥି ମାନେ ପ୍ରକାଶ କରିଛନ୍ତି।

ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର ଯୋଗଦେଇ ଗଞ୍ଜାମ ଜିଲ୍ଲା ନବୀନ ବାବୁଙ୍କ ନିଜ ନିର୍ବାଚନୀ ଜିଲ୍ଲା ହୋଇଥିବା ବେଲେ ଏହା ସାରା ରାଜ୍ୟ ପାଇଁ ବିକାଶର ରୋଲ ମଡେଲ ସାଜିଛି। ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଦଳ ଶାସନ ଓଡ଼ିଶା ଭୌାଗଳିକ, ସାମାଜିକ ସହ ଆର୍ଥିକ ଅଭିବୃଦ୍ଧି ଘଟିଛି। ଶିକ୍ଷା ପାଇଁ ସ୍ମାର୍ଟ କ୍ଳାସ୍,ସ୍ବାସ୍ଥ ସେବା ପାଇଁ ୬ ଟି ନୂତନ ମେଡିକାଲ୍ କଲେଜ ସହ ବିଜୁ ସ୍ବାସ୍ଥ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ଆଦି ହାତକୁ ନିଆଯାଇଛି। ଏଥିସହ କୋଭିଡ ପରିଚାଳନା ସହ ମାଗଣା କୋଭିଡ ଚିକିତ୍ସା ଯୋଗାଇବାରେ ଓଡ଼ିଶା ସାରାଦେଶ ଏକମାତ୍ର ରାଜ୍ୟ। ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ମତଭେଦ ଭୁଲି ୨୨ ଟି ବ୍ଳକ୍,୬୯ ଟି ଜିଲ୍ଲା ପରିଷଦ ଜୋନ୍ ଏବଂ ୧୬ଟି ପୌରାଞ୍ଚଳରେ ବିଜେଡିକୁ ବିଜୟ କରି ଗଞ୍ଜାମ ଜିଲ୍ଲାକୁ ବିଜେଡିର ଅଭେଦ୍ୟ ଗଡରେ ପରିଣତ କରିବାକୁ ସେ ଆହ୍ବାନ ଦେଇଥିଲେ।

ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ୍ ଯୋଗଦେଇ ବୁଥ୍ ସ୍ତରରୁ ସଙ୍ଗଠକୁ ସୁଦୃଢ କରିବା ପାଇଁ ସଦସ୍ୟ ସଂଗ୍ରହ ଚଳିତ ମାସ ଶେଷ ମଧ୍ୟରେ ସାରିବାକୁ କହିବା ସହ ଜିଲ୍ଲା ପରିଷଦ ଜୋଥନ୍ ସ୍ତରରେ ଲୋକଙ୍କ ନିକଟରେ ପହଁଞ୍ଚି ବିଭିନ୍ନ ସରକାରଙ୍କ ବିକାଶ ମୁଖୀ ଯୋଜନା ଏବଂ ସାମାଜିକ ସୁରକ୍ଷା ସୁଫଳ ଜନସାଧାରଣଙ୍କ ନିକଟରେ ଉପସ୍ଥାପନା କରିବା ପାଇଁ କହିଥିଲେ। ଛତ୍ରପୁର ବିଧାୟକ ସୁବାଷ ବେହେରା ଏହାକୁ ସଂଯୋଜନା କରିଥିବା ବେଳେ ଗଞ୍ଜାମ ଜିଲ୍ଲାରେ କୃଷି ମହାବିଦ୍ୟାଳୟ,ଗୋପାଳପୁର-ରେଢାଖୋଲ ଓ ବ୍ରହ୍ମପୁର-ରାୟଗଡା, ରେଲ ୱାଗନ୍ କାର୍ଯ୍ୟକ୍ଷମ, ରେଳ କୋଚ ନିର୍ମାଣ, ସମୁଦ୍ର କୂଳରେ ମାଛ ଧରା ବନ୍ଦର ବ୍ରହ୍ମପୁରରେ ବିମାନ ବନ୍ଦର ସ୍ଥାପନ କରିବା ପାଇଁ ଦଳ ପକ୍ଷରୁ ପ୍ରସ୍ତାବ ଆଗତ କରାଯାଇଥିଲା। ସାନଖେମୁଣ୍ଡି ପର୍ଯ୍ୟବେକ୍ଷକ ଅନନ୍ତ ନାରାୟଣ ଜେନା, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ସମସ୍ତ ବିଧାୟକ ଦଳୀୟ ସଙ୍ଗଠନକୁ ତୃଣମୂଲ ସ୍ତରରୁ ସୁଦୃଢ କରିବା ପାଇଁ ଆଲୋଚନା କରିଥିଲେ। ଏହି କାର୍ଯ୍ୟକାରିଣୀରେ ବହୁ ପୂର୍ବତନ ବିଧାୟକ, ବ୍ଳକ୍ ଓ ଏନଏସି ଅଧ୍ୟକ୍ଷ, ବିଜୁ ଯୁବ ଛାତ୍ର ଓ ମହିଳା କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

The post ଭଞ୍ଜନଗରରେ କୃଷି ମହାବିଦ୍ୟାଳୟ ଠାରୁ ନୂତନ ରେଳପଥ ଓ ବିମାନବନ୍ଦର ପାଇଁ ୬ ପ୍ରସ୍ତାବ ଆଗତ first appeared on Sambad.

from ରାଜନୀତି | Sambad https://ift.tt/3kbIjh9