ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି। ବିଜେଡି ଆଜି ପିପିଲି ଫାଇଟ ପାଇଁ ୨୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଘୋଷଣା କରିଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇବ ବିଜେଡି । ନବୀନଙ୍କ ସମେତ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମହେଶ୍ୱର ମହାନ୍ତି, ଦେବୀ ପ୍ରସାଦ ମିଶ୍ର, ପିନାକୀ ମିଶ୍ର, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ସମୀର ରଞ୍ଜନ ଦାଶ, ସୁଶାନ୍ତ ସିଂ, ସ୍ନେହାଙ୍ଗିନୀ ଛୁରିଆ, ପ୍ରୀତିରଞ୍ଜନ ଘଡାଇ, ଉମାକାନ୍ତ ସାମନ୍ତରାୟ, ପ୍ରଣବ ବଳବନ୍ତରାୟ, ବେମ୍ୟୋକେଶ ରାୟ, ବିଭୂତି ବଳବନ୍ତରାୟ, ତୁଷାରକାନ୍ତି ବେହେରା, ଦେବୀ ରଞ୍ଜନ ତ୍ରିପାଠୀ ଓ ସୁଧୀର ରଞ୍ଜନ ସାମଲଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି ।

ଷ୍ଟାର ପ୍ରଚାରକ ତାଲିକାରେ ୩ ଜଣ ମନ୍ତ୍ରୀ ରହିଥିବା ବେଳେ କୌଣସି ସିନେ ଅଭିନେତାଙ୍କୁ ସ୍ଥାନ ମିଳିନାହିଁ । ଉଭୟ ଯୁବ ଓ ଅନୁଭବୀ ନେତାଙ୍କୁ ନେଇ ପ୍ରଚାର ମୈଦାନକୁ ଦଳ ଓହ୍ଲାଇବ ଏହାର ସଂକେତ ଦେଇଛି ଷ୍ଟାର ପ୍ରଚାରକ ତାଲିକା । ଆସନ୍ତା ୩୦ ତାରିଖରେ ପିପିଲି ଉପ-ନିର୍ବାଚନ ପାଇଁ ପଡିବ ଭୋଟ । ଆଉ ସେପ୍ଟେମ୍ବର ୨୦ରୁ ପ୍ରଚାର ଆରମ୍ଭ ହେବ । ତେଣୁ ହାତରେ କମ ସମୟ ଥିବା ବେଳେ ପ୍ରଚାରକୁ କିଭଳି ବ୍ୟାପକ କରିହେବ ତାହା ଉପରେ ଏବେ ଦଳର ଫୋକସ ରହିବ । ଯେଉଁଥିପାଇଁ ଉଭୟ ଛାତ୍ର ଓ ଯୁବ ବିଜେଡି ସଭାପତିଙ୍କୁ ପ୍ରଚାର ତାଲିକାରେ ମଧ୍ୟ ସାମିଲ କରାଯାଇଛି ।

ପୂର୍ବରୁ ବିଜେଡିର ଗଡ ରହି ଆସିଛି ପିପିଲି । ତେବେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏଠାରେ ଉପ-ନିର୍ବାଚନ ହେବାକୁ ଯାଉଛି । ଗତ ନିର୍ବାଚନରେ ବିଜେପି ଏଠାରେ ବିଜେଡିକୁ କଡା ଟକ୍କର ଦେଇଥିଲା । ତେଣୁ ଉପ-ନିର୍ବାଚନର ଫଳାଫଳ କଣ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।
The post ପିପିଲି ଉପନିର୍ବାଚନ: ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି first appeared on Sambad.

from ରାଜନୀତି | Sambad https://ift.tt/3tGtqGM