ଭୁବନେଶ୍ବର: ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଆନ୍ଦୋଳନକୁ ପୂରା ସମର୍ଥନ କରିବ ରାଜ୍ୟ କଂଗ୍ରେସ। ଭାରତ ବନ୍ଦକୁ ନେଇ ଆଜି କଂଗ୍ରେସ ଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଭାରତ ବନ୍ଦ ଡାକରାକୁ କଂଗ୍ରେସ ପୂରା ସମର୍ଥନ କରିବ। ଏଥି ସହିତ ରାଜ୍ୟରେ ବଢିଥିବା  ବିଦ୍ୟୁତ୍ ବିଲ ଏବଂ ବନ୍ୟା ପରିସ୍ଥିତିଙ୍କୁ ନେଇ ଆସନ୍ତା ୨୩ ତାରିଖରେ କଂଗ୍ରେସ ମାଷ୍ଟରକ୍ୟାଂଟିନ୍ ଛକରେ ବିକ୍ଷୋଭ ପଦର୍ଶନ କରିବ ।

ଭାରତ ବନ୍ଦ ନିଷ୍ପତ୍ତି ନେଇ ଆଜି  ସିପିଏମ, ସିପିଆଇ, ଆରଜେଡି, ଆଇଏନସି,  ସମାଜବାଦି ପାର୍ଟି ଓ ଏନସିପିର ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ ନିରଞ୍ଜନ। ଆସନ୍ତା ୨୭ ତାରିଖରେ ସମୁକ୍ତ କିଷାନ ମୋର୍ଚ୍ଚା ଭାରତ ବନ୍ଦ ଡକାରା ଦେଇଥିବା ବେଳେ ଓଡ଼ିଶା, ତେଲେଙ୍ଗାନା ସମେତ ବହୁ ରାଜ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇଛି ।

The post ୨୭ ତାରିଖରେ ଭାରତ ବନ୍ଦ ଆନ୍ଦୋଳନ: ସମର୍ଥନ କରିବ ରାଜ୍ୟ କଂଗ୍ରେସ first appeared on Sambad.

from ରାଜନୀତି | Sambad https://ift.tt/3kaJo8V