ଆଲିଗଡ଼: ଉତ୍ତର ପ୍ରଦେଶ ‘ଡବଲ୍‌-ଇଞ୍ଜିନ୍‌’ ସରକାରଙ୍କ ‘ଡବଲ୍‌-ବେନିଫିଟ୍‌’ର (ଦ୍ବିଗୁଣ ଲାଭ) ଗୋଟାଏ ଜାଜ୍ଜ୍ବଲ୍ୟମାନ ଉଦାହରଣ ହୋଇପାରିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଦିଲ୍ଲୀରୁ ପ୍ରାୟ ୫୦ କିଲୋମିଟର ଦୂର ଆଲିଗଡ଼ସ୍ଥିତ ‘ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ବବିଦ୍ୟାଳୟ’ ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଲେ, ଏକଦା ଦେଶ ବିକାଶରେ ବାଧକ ବୋଲି ବିଚାର କରାଯାଉଥିବା ଉତ୍ତର ପ୍ରଦେଶ ଆଜି ଦେଶର ସର୍ବବୃହତ୍‌ ବିକାଶ ଅଭିଯାନର ନେତୃତ୍ବ ନେଉଥିବା କଥା ମୋତେ ଖୁବ୍‌ ସନ୍ତୋଷ ପ୍ରଦାନ କରୁଛି।

Image Courtesy of Zee News

କେନ୍ଦ୍ର ଓ ରାଜ୍ୟରେ ‘ବିଜେପି’ ସରକାରଙ୍କ କୃତ୍ବିତ୍ବ ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ, ଜାତୀୟ ଏବଂ ଅନ୍ତର୍ଜାତୀୟ ନିବେଶକମାନଙ୍କ ନିମନ୍ତେ ଉତ୍ତର ପ୍ରଦେଶ ଏକ ଅନୁକୂଳ ଲକ୍ଷ୍ୟସ୍ଥଳ ଭାବେ ଅଧିକରୁ ଅଧିକ ପ୍ରତିୟମାନ ହୋଇଚାଲିଛି। ସମୁଚ୍ଚିତ ବାତାବରଣ ସୃଷ୍ଟି ଏବଂ ଆବଶ୍ୟକ ସମ୍ବଳ ଯୋଗାଇ ଦେଲେ ଏହା ସମ୍ଭବ ହୁଏ। ଆଜି ଉତ୍ତର ପ୍ରଦେଶ ‘ଡବଲ୍‌-ଇଞ୍ଜିନ୍‌’ ସରକାରଙ୍କ ‘ଡବଲ୍‌-ବେନିଫିଟ୍‌’ର (ଦ୍ବିଗୁଣ ଲାଭ) ଗୋଟାଏ ଜାଜ୍ଜ୍ବଲ୍ୟମାନ ଉଦାହରଣ ହୋଇପାରିଛି।

ଆଗକୁ ଉତ୍ତର ପ୍ରଦେଶ ନିର୍ବାଚନ ଥିବାରୁ ଏବଂ ଜାଟ୍‌ ସମ୍ପ୍ରଦାୟ କୃଷକମାନଙ୍କ ପ୍ରତିବାଦର ନେତୃତ୍ବ ନେଉଥିବାରୁ ଏହି ବିଶ୍ବବିଦ୍ୟାଳୟର ନାମକରଣ ଜାଟ୍‌ ସମ୍ପ୍ରଦାୟର ଜଣେ ପ୍ରମୁଖ ବ୍ୟକ୍ତିତ୍ବ ତଥା ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ନାମିତ କରି ସେମାନଙ୍କ ନିକଟତର ହେବାକୁ ଏହା ଏକ ଉଦ୍ୟମ ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି।

The post ଉତ୍ତର ପ୍ରଦେଶ ‘ଡବଲ୍‌-ଇଞ୍ଜିନ୍‌’ ସରକାରଙ୍କ ‘ଡବଲ୍‌-ବେନିଫିଟ୍‌’ର ଏକ ଜାଜ୍ଜ୍ବଲ୍ୟମାନ ଉଦାହରଣ: ପ୍ରଧାନମନ୍ତ୍ରୀ ମୋଦୀ first appeared on Sambad.

from ରାଜନୀତି | Sambad https://ift.tt/3k8RYVX