
ଭୁବନେଶ୍ବର : ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ଆଜି ବିଜେଡିରେ ମିଶିଛନ୍ତି। ସାଂସଦ ସୁବାସ ସିଂହଙ୍କ ସରକାରୀ ବାସଭବନ ପରିସରରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଆନୁଷ୍ଠାନିକ ଭାବେ ଦଳରେ ସାମିଲ କରାଇଥିଲେ। ତାଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ଏହି ଅବସରରେ ନିଜ ପ୍ରତିକ୍ରିୟାରେ ଶ୍ରୀ ମାଝୀ କହିଛନ୍ତି, ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ମିଶିଛି। ଦଳ ଯେଉଁ ଦାୟିତ୍ୱ ଦେବ, ତାହାକୁ ସୁଚାରୁରୂପେ ପାଳନ କରିବି।
ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ପଦ୍ମିନୀ ଦିଆନ, ସାଂସଦ ରମେଶ ମାଝୀ ଓ ସୁବାସ ସିଂହ, ବିଧାୟକ ପ୍ରତାପ ଦେବ ଓ ଚନ୍ଦ୍ରସାରଥୀ ବେହେରା, ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, ବିଜେଡି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ, କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ ଓ ମୀରା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
The post ବିଜେଡିରେ ମିଶିଲେ ଚନ୍ଦ୍ରଶେଖର ମାଝୀ first appeared on Sambad.from ରାଜନୀତି | Sambad https://ift.tt/2XnK2XH
0 Comments