ଭୁବନେଶ୍ବର : ପିପିଲି ଉପ ନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇସାରିଲେଣି। ଗତକାଲି ବିଜେପି ନିଜର ତାରକା ପ୍ରଚାରକ ତାଲିକା ପ୍ରକାଶ କରି ସାରିଥିବା ବେଳେ ବୁଧବାର ବିଜେଡି ଓ କଂଗ୍ରେସ ନିଜର ତାଲିକା ପ୍ରକାଶ କରିଛନ୍ତି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ମଇଦାନକୁ ଓହ୍ଲାଉଥିବା ବେଳେ କୌଣସି ସିନେ ଅଭିନେତାଙ୍କୁ ଏଥିରେ ସ୍ଥାନ ମିଳିନାହିଁ। ସେହିପରି କଂଗ୍ରେସ କେବଳ ଅନୁଭବୀ ନେତାଙ୍କ ଉପରେ ଭରସା କରିଛି।

ବିଜେଡିର ପ୍ରଚାରକ ତାଲିକାରେ ନବୀନ ପଟ୍ଟନାୟକଙ୍କ ସମେତ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ମହେଶ୍ବର ମହାନ୍ତି, ଦେବୀ ପ୍ରସାଦ ମିଶ୍ର, ପିନାକୀ ମିଶ୍ର, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ସଂଜୟ ଦାସବର୍ମା, ସମୀର ରଂଜନ ଦାଶ, ସୁଶାନ୍ତ ସିଂ, ସ୍ନେହାଙ୍ଗିନୀ ଛୁରିଆ, ପ୍ରୀତି ରଂଜନ ଘଡ଼ାଇ, ଉମାକାନ୍ତ ସାମନ୍ତରାୟ, ପ୍ରଣବ ବଳବନ୍ତରାୟ, ବ୍ୟମୋକେଶ ରାୟ, ବିଭୂତି ବଳବନ୍ତରାୟ, ତୁଷାରକାନ୍ତି ବେହେରା, ଦେବୀ ରଂଜନ ତ୍ରିପାଠୀ ଓ ସୁଧୀର ରଂଜନ ସାମଲ ରହିଛନ୍ତି। କଂଗ୍ରେସର ପ୍ରଚାରକ ତାଲିକାରେ ମୋଟ ୨୦ ଜଣଙ୍କୁ ସ୍ଥାନ ମିଳିଛି। କଂଗ୍ରେସ ରାଜ୍ୟ ପ୍ରଭାରୀ ଏ.ଚେଲ୍ଲା କୁମାରଙ୍କ ସମେତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସଂପାଦକ ଜି.ରୁଦ୍ର ରାଜୁ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଚିରଞ୍ଜୀବୀ ବିଶ୍ବାଳ, ପ୍ରଦୀପ ମାଝୀ, ବିପିନ୍ ଦାସ, ରାମଚନ୍ଦ୍ର ଖୁଣ୍ଟିଆ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସପ୍ତଗିରି ଉଲ୍ଲାକା, ସୁରେଶ ଚନ୍ଦ୍ର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ୍, ଅଧିରାଜ ମୋହନ ପାଣିଗ୍ରାହୀ, ସନ୍ତୋଷ ସିଂ ସାଲୁଜା, ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ବର ବେହେରା, ବନ୍ଦିତା ପରିଡ଼ା ଓ ସତ୍ୟପ୍ରକାଶ ନାୟକ ତାରକା ପ୍ରଚାରକ ତାଲିକାରେ ରହିଛନ୍ତି।

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ନିର୍ବାଚନମଣ୍ଡଳୀ ଖାଲି ପଡ଼ିଛି। ଆସନ୍ତା ୩୦ ତାରିଖରେ ଏଠାରେ ମତଦାନ ହେବ। ପୂର୍ବରୁ ଦୁଇ ଥର ଉପନିର୍ବାଚନ ତାରିଖ ଘୋଷଣା ହେଲା ପରେ ଘୁଞ୍ଚିଛି। ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ହେଇଯିବାରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ଦ୍ବିତୀୟ ଥର ତାରିଖ ଘୋଷଣା ହୋଇଥିଲେ ବି କୋଭିଡ୍‌ ଦ୍ବିତୀୟ ଲହର ଯୋଗୁ ଉପନିର୍ବାଚନକୁ ପୁନର୍ବାର ସ୍ଥଗିତ ରଖାଯାଇଥିଲା।

The post ପିପିଲି ଉପ ନିର୍ବାଚନ: ବିଜେଡି, କଂଗ୍ରେସର ତାରକା ପ୍ରଚାରକ first appeared on Sambad.

from ରାଜନୀତି | Sambad https://ift.tt/3CeFguW