
ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ଭବାନୀପୁର ଆସନରେ ଆସନ୍ତା ଅକ୍ଟୋବର ୪ ତାରିଖରେ ଉପନିର୍ବାଚନ ଅଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରୁ ଲଢ଼ିବେ। ତେବେ ବିଜେପି ମମତାଙ୍କ ବିରୋଧରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି। ଉକ୍ତ ମହିଳା ପ୍ରାର୍ଥୀଙ୍କ ନାମ ପ୍ରିୟଙ୍କା ତିବ୍ରେୱାଲ୍। ବାବୁଲ୍ ସୁପ୍ରିୟୋଙ୍କର ସେ ଆଇନଗତ ପରାମର୍ଶଦାତା ଥିଲେ। ଭବାନୀପୁର ଭଳି ହାଇ ପ୍ରୋଫାଇଲ୍ ଆସନରୁ ସେ ମମତାଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ।
ତିବ୍ରେୱାଲ୍ ପୂର୍ବରୁ ୨୦୧୫ କୋଲକାତା ପୌର ପରିଷଦ ନିର୍ବାଚନରେ ମଧ୍ୟ ଜଣେ ବିଜେପି ପ୍ରାର୍ଥୀ ଭାବେ ଲଢ଼ିଥିଲେ କିନ୍ତୁ ଟିଏମ୍ସିର ସପନ ସମାଦାରଙ୍କଠାରୁ ସେ ହାରିଥିଲେ। ୨୦୧୪ ଅଗଷ୍ଟରେ ସେ ବିଜେପିରେ ଯୋଗ ଦେଇଥିଲେ ଏବଂ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ଭାଳିଥିଲେ। ୨୦୨୦ ଅଗଷ୍ଟରେ ତାଙ୍କୁ ପଶ୍ଚିମବଙ୍ଗରେ ବିଜେୱାଇଏମ୍ (ଭାରତୀୟ ଜନତା ଯୁବ ମୋର୍ଚ୍ଚା) ଉପସଭାପତି କରାଯାଇଥିଲା। ତିବ୍ରେୱାଲ୍ କହିଛନ୍ତି, ଯଦି ଦଳ ମତେ ଭବାନୀପୁରରୁ ପ୍ରାର୍ଥୀ କରେ ତେବେ ମୁଁ ଶତ ପ୍ରତିଶତ ଉଦ୍ୟମ ଲଗାଇ ଲଢ଼ିବି।
The post ମମତାଙ୍କ ବିରୋଧରେ ଲଢ଼ିପାରନ୍ତି ପ୍ରିୟଙ୍କା first appeared on Sambad.from ରାଜନୀତି | Sambad https://ift.tt/3lcblfT
0 Comments