
ନୂଆଦିଲ୍ଲୀ : ୬ଟି ରାଜ୍ୟର ୭ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଆସନ୍ତାମାସ ୪ ତାରିଖରେ ହେବ। ନିର୍ବାଚନ କମିସନଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ତାମିଲନାଡ଼ୁର ୨ଟି ଆସନ ସମେତ ପଶ୍ଚିମ ବଙ୍ଗ, ଆସାମ, ମହାରାଷ୍ଟ୍ର, ପୁଡ଼ୁଚେରୀ ଏବଂ ମଧ୍ୟ ପ୍ରଦେଶର ଗୋଟିଏ ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ। ଡିଏମକେର ଦୁଇ ସଦସ୍ୟ ବିଧାୟକ ନିର୍ବାଚିତ ହେବାପରେ ସେମାନେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ସେହିଭଳି ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ଯାଇଥିବା ଥାୱରଚାନ୍ଦ ଗେହଲଟ କର୍ଣ୍ଣାଟକର ରାଜ୍ୟପାଳ ହେବାପରେ ତାଙ୍କ ଆସନ ଖାଲିପଡ଼ିଛି। ପଶ୍ଚିମବଙ୍ଗର ତୃଣମୂଳ ନେତା ମାନସ ରଂଜନ ଭୂନିଆ ରାଜ୍ୟରେ ମନ୍ତ୍ରୀ ହେବା ପରେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି। ବିଶ୍ବଜିତ୍ ଦୈମାରୀ ଆସାମ ବିଧାନସଭାର ବାଚସ୍ପତି ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ନେତା ରାଜୀବ ସତାଭଙ୍କ ମୃତ୍ୟୁପରେ ମହାରାଷ୍ଟ୍ରରେ ତାଙ୍କ ରାଜ୍ୟସଭା ଆସନ ଖାଲି ପଡ଼ିଛି। ପୁଡ଼ୁଚେରୀରୁ ରାଜ୍ୟସଭା ସଦସ୍ୟ ଥିବା ଏନ ଗୋକୁଳକୃଷ୍ଣଙ୍କ କାର୍ଯ୍ୟକାଳ ଆସନ୍ତା ୬ ତାରିଖରେ ଶେଷ ହେଉଥିବାରୁ ଏଠାରେ ନିର୍ବାଚନ ହେବ। କରୋନା ଗାଇଡଲାଇନ ଅନୁସାରେ ନିର୍ବାଚନ ଅନୁଷ୍ଠିତ ହେବ।
The post ୭ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଅକ୍ଟୋବର ୪ରେ first appeared on Sambad.from ରାଜନୀତି | Sambad https://ift.tt/3hj0ksg
0 Comments