
ନୂଆଦିଲ୍ଲୀ: ଆଜି ଠାରୁ ଦୁଇ ଦିନିଆ ଜମ୍ମୁ- କଶ୍ମୀର ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପୂର୍ବାହ୍ନରେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ କରିଛନ୍ତି। କାଟ୍ରା ଠାରୁ ପାଦରେ ଚାଲି ଚାଲି ମାତା ବୈଷ୍ଣୋଦେବୀଙ୍କ ଦରବାର ପର୍ଯ୍ୟନ୍ତ ଯାଇ ସେ ମାତାରାଣୀଙ୍କ ନିକଟରେ ପହଞ୍ଚିବା ସହ ତାଙ୍କର ଦର୍ଶନ କରିଥିଲେ। ମାତା ବୈଷ୍ଣୋଦେବୀଙ୍କ ଦର୍ଶନ କରିସାରିବା ପରେ ସେଠାରେ ଉପସ୍ଥିତ ସାମ୍ବାଦିକମାନଙ୍କୁ ରାହୁଲ ଗାନ୍ଧୀ କହିଛନ୍ତି ଯେ ମୁଁ ଏଠାକୁ ମାତାଙ୍କ ନିକଟକୁ ପ୍ରାର୍ଥନା କରିବାକୁ ଆସିଛି। ମୁଁ ଏଠାରେ କୌଣସି ପ୍ରକାରର ରାଜନୈତିକ ମନ୍ତବ୍ୟ ଦେବାକୁ ଚାହୁଁନାହିଁ।
ଅନ୍ୟପକ୍ଷରେ ମାତା ବୈଷ୍ଣୋଦେବୀଙ୍କ ଉପରେ ୱାୟନାଡ ସାଂସଦ ରାହୁଲ ଗାନ୍ଧୀଙ୍କ ବିଶେଷ ବିଶ୍ୱାସ ରହିଛି ଏବଂ ସେ ବିଗତ ଅନେକ ବର୍ଷ ଧରି ବୈଷ୍ଣୋଦେବୀଙ୍କ ଦର୍ଶନ କରିବାକୁ ଚାହୁଁଥିଲେ ବୋଲି ଜମ୍ମୁ- କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି ସଭାପତି ଗୁଲାମ ଅହମ୍ମଦ ମୀର କହିଛନ୍ତି। ବିଗତ ତିନି ବର୍ଷ ଧରି ରାହୁଲ ଗାନ୍ଧୀ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆସିବାକୁ ଚାହୁଁଥିଲେ। କିନ୍ତୁ ରାଜନୈତିକ ପରିସ୍ଥିତି ଏପରି ଥିଲା ଯେ ସେ ପରିଦର୍ଶନ କରିପାରୁ ନଥିଲେ। ବର୍ତ୍ତମାନ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିବାରୁ ସେ ଗତ ମାସରେ ଶ୍ରୀନଗର ଗସ୍ତ କରିଥିଲେ ଏବଂ ସେପ୍ଟେମ୍ବର ୯ ଓ ୧୦ରେ ଜମ୍ମୁ ଗସ୍ତ କରିବେ ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନେକ ନେତା ପବିତ୍ର ମନ୍ଦିର ପରିଦର୍ଶନ କରିବା ପାଇଁ ଚପଲ ଏବଂ ଘୋଡା ବ୍ୟବହାର କରୁଥିବାବେଳେ ରାହୁଲ ଗାନ୍ଧୀ ମନସ୍ଥ କରିଛନ୍ତି ଯେ ସେ କାଟ୍ରା ଠାରୁ ମନ୍ଦିର ପର୍ଯ୍ୟନ୍ତ ପାଦରେ ଚାଲ ଚାଲି ଯିବେ। ପରଦିନ ସେ ପୁଣି ପାଦରେ ଓହ୍ଲାଇବେ। ମାତା ବୈଷ୍ଣୋଦେବୀଙ୍କ ଉପରେ ତାଙ୍କର ବିଶେଷ ବିଶ୍ୱାସ ରହିଛି, ସେଥିପାଇଁ ଆମେ ତାଙ୍କ ଗସ୍ତର ପ୍ରଥମ ଦିନରେ ତାଙ୍କ ପାଇଁ କୌଣସି ରାଜନୈତିକ କାର୍ଯ୍ୟକ୍ରମ ରଖିନାହୁଁ ବୋଲି ସେ କହିଛନ୍ତି।
Jammu & Kashmir: Congress leader Rahul Gandhi reaches Mata Vaishno Devi temple; says, “I have come here to offer prayers to the Mata. I don’t want to make any political comments here.” https://t.co/OnDlHQqw4j pic.twitter.com/7teI5gxkY7
— ANI (@ANI) September 9, 2021
ଉଲ୍ଲେଖଯୋଗ୍ୟ, ଧାରା ୩୭୦ ରଦ୍ଦ ହେବା ପରେ ଏହା ରାହୁଲ ଗାନ୍ଧୀଙ୍କର ଦ୍ୱିତୀୟ ଜମ୍ମୁ- କାଶ୍ମୀର ଗସ୍ତ। ଏହାପୂର୍ବରୁ ସେ ଅଗଷ୍ଟ ୯ ରେ ଜମ୍ମୁ-କଶ୍ମୀର ଗସ୍ତରେ ଆସିଥିଲେ ଏବଂ ଏହି ସମୟରେ ସେ ଶ୍ରୀନଗରରେ ନୂତନ ପାର୍ଟି କାର୍ଯ୍ୟାଳୟର ଉଦଘାଟନ କରିଥିଲେ ଏବଂ ଖେର ଭବାନୀ ମନ୍ଦିର ଏବଂ ହଜରତ ଦର୍ଘା ପରିଦର୍ଶନ କରିଥିଲେ।
The post ଖାଲି ପାଦରେ ଚାଲିଚାଲି ଯାଇ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ କଲେ ରାହୁଲ ଗାନ୍ଧୀ first appeared on Sambad.from ରାଜନୀତି | Sambad https://ift.tt/3A0Lkq9
0 Comments