ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷୀୟାନ୍‌ କଂଗ୍ରେସ ନେତା କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ସମ୍ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ତଥା ‘ବିଜେପି’ ନେତା ଅମିତ ଶାହଙ୍କ ଦିଲ୍ଲୀ ବାସଭବନରେ ପହଞ୍ଚିଛନ୍ତି। ୬ଏ, କୃଷ୍ଣ ମେନନ୍‌ ମାର୍ଗରେ ଚାଲିଥିବା ଉକ୍ତ ସାକ୍ଷାତର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପଞ୍ଜାବ ରାଜ୍ୟର ମୁଖ୍ୟ ପଦବୀରୁ ଇସ୍ତଫା ଦେବା ପରେ ସେ ‘ବିଜେପି’ରେ ଯୋଗ ଦେଇ ପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିଲା।

‘ବିଜେପି’ରେ ‌ଯୋଗ ଦେବା ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେବାକୁ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଅଗ୍ରାହ୍ୟ କରି ଦେଉଥିଲେ। କିନ୍ତୁ, ଚଳିତ ମାସ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିକଳ୍ପ ଖୋଜୁଥିବା କଥା ସେ କହିଥିଲେ।

Image Courtesy of India Today

ଅମରିନ୍ଦରଙ୍କ ଭବିଷ୍ୟତ ଯୋଜନା ସମ୍ବନ୍ଧୀୟ ପ୍ରଶ୍ନାବଳୀର ଉତ୍ତର ନ ଦେଇ ତାଙ୍କ ‘ଟିମ୍‌’ କହିଥିଲା କି, ଏହା ଗୋଟାଏ ସୌଜନ୍ୟମୂଳକ ସାକ୍ଷାତ। ଗତକାଲି ତାଙ୍କ ଗଣମାଧ୍ୟମ ଉପଦେଷ୍ଟା ରବୀନ୍‌ ଥୁକ୍ରାଲ୍‌ କହିଥିଲେ ଯେ, କ୍ୟାପ୍‌ଟେନ୍‌ ଅମରିନ୍ଦର୍‌ ସିଂହଙ୍କ ଦିଲ୍ଲୀ ଗସ୍ତ ପ୍ରସଙ୍ଗ ମାତ୍ରାଧିକ ଚିନ୍ତା କରାଯାଉଛି। ସେ ବ୍ୟକ୍ତିଗତ ଗସ୍ତରେ ଯାଇଛନ୍ତି। ଗସ୍ତ ସମୟରେ ସେ ତାଙ୍କର କିଛି ବନ୍ଧୁଙ୍କୁ ଭେଟିବେ ଓ ଜାତୀୟ ରାଜଧାନୀରେ ଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ‘କପୁରତାଲା ହାଉସ୍‌’ ଖାଲି କରିବେ। ଅଯଥା କଳ୍ପନାଜଳ୍ପନା ଅନାବଶ୍ୟକ।

The post  ଦିଲ୍ଲୀ ବାସଭବନରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଅମରିନ୍ଦର ସିଂହ first appeared on Sambad.

from ରାଜନୀତି | Sambad https://ift.tt/3ihziC4