
ନୂଆଦିଲ୍ଲୀ: ସଂପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଥିବାବେଳେ ତାଙ୍କର ସମ୍ପତ୍ତି ସମ୍ପର୍କିତ ତଥ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ପକ୍ଷରୁ ପ୍ରକାଶ ପାଇଛି। ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩.୦୭ କୋଟିରେ ପହଞ୍ଚିଛି। ଗତ ବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପକ୍ଷରୁ ତାଙ୍କର ସମ୍ପତ୍ତିକୁ ନେଇ କରା ଯାଇଥିବା ଘୋଷଣା ଅନୁଯାୟୀ ଗତ ବର୍ଷ ଜୁନ୍ ମାସରେ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨.୮୫ କୋଟ ରହିଥିଲା।
ତେବେ ଗତ ୯ ମାସ ମଧ୍ୟରେ, ଗତ ବର୍ଷ ଜୁନ୍ ମାସରୁ ଚଳିତ ବର୍ଷ ମାର୍ଚ୍ଚ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପତ୍ତିରେ ୨୨ ଲକ୍ଷ ଟଙ୍କର ଅଭିବୃଦ୍ଧି ଘଟି ଏହା ବର୍ତ୍ତମାନ ୩.୦୭ କୋଟିରେ ପହଞ୍ଚିଛି। ଏଥି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ବ୍ୟାଙ୍କରେ ନଗଦ ଜମାର ପରିମାଣ ୧.୫ ଲକ୍ଷ। କିନ୍ତୁ, ଗତ ବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କର ବ୍ୟାଙ୍କରେ ନଗଦ ଜମାର ପରିମାଣ ୩.୩୮ ଲକ୍ଷ ଥିହିଥିଲା। ତେବେ, ପ୍ରଧାନମନ୍ତ୍ରୀ ମୋଦୀଙ୍କର ସ୍ଥାୟୀ ଜମାର ପରିମାଣ ୧.୮୬ କୋଟିକୁ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପ୍ରକାଶ କରିଛି।
The post ଗତ ୯ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପତ୍ତରେ ୨୨ ଲକ୍ଷ ବୃଦ୍ଧି ଘଟି ମୋଟ ସମ୍ପତ୍ତି ପହଞ୍ଚିଲା ୩.୦୭ କୋଟିରେ first appeared on Sambad.from ରାଜନୀତି | Sambad https://ift.tt/2Y32OV0
0 Comments