
ନୂଆଦିଲ୍ଲୀ/ଚଣ୍ଡୀଗଡ଼: ରାହୁଲ୍ ଗାନ୍ଧୀଙ୍କ ସହ ଆଲୋଚନା କରିବା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀ କ୍ୟାବିନେଟ୍ ନିମନ୍ତେ ନାମ ତାଲିକା ଚୂଡ଼ାନ୍ତ କରିଥିବା କଥା ଆଜି ବିଶେଷସୂତ୍ରରୁ ଜଣାପଡ଼ିଛି। ଗତରାତିରେ ସେ ରାହୁଲ୍ ଗାନ୍ଧୀଙ୍କୁ ଭେଟିଥିଲେ।
ଗତ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଚନ୍ନୀ କ୍ୟାବିନେଟ୍ ପୁନର୍ଗଠନ ଲାଗି ଶପଥ ନେବା ପରଠାରୁ ତିନି ଥର ଦିଲ୍ଲୀ ଯାଇ ଫେରିଲେଣି। ଗତକାଲି ସେ ଦିଲ୍ଲୀରୁ ଫେରିବାର କିଛି ଘଣ୍ଟା ପରେ କ୍ୟାବିନେଟ୍ ସମ୍ପ୍ରସାରଣ ପ୍ରସଙ୍ଗରେ ହାଇକମାଣ୍ଡ୍ ତାଙ୍କୁ ପୁନର୍ବାର ଦିଲ୍ଲୀ ଡକାଇଥିଲେ।
ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଚନ୍ନୀ ପଞ୍ଜାବର ରାଜ୍ୟପାଳ ବନୱାରିଲାଲ୍ ପୁରୋହିତଙ୍କୁ ଭେଟିବେ। ଆଗାମୀକାଲି ନୂତନ ମନ୍ତ୍ରୀମାନଙ୍କର ଶପଥ ଗ୍ରହଣ ଉତ୍ସବ ଆୟୋଜନ ହୋଇପାରେ।
ପଞ୍ଜାବ କ୍ୟାବିନେଟ୍ ନିମନ୍ତେ ମନ୍ତ୍ରୀ ମନୋନୟନ ପାଇଁ ଚନ୍ନୀ ଏବଂ ଦଳର ଶୀର୍ଷସ୍ତରୀୟ ନେତାମାନଙ୍କ ମଧ୍ୟରେ ତର୍କବିତର୍କ ଚାଲିଛି। ଶୁଣାଯାଉଛି, କ୍ୟାବିନେଟ୍ରେ ଥିବା ଅମରିନ୍ଦର ସିଂହଙ୍କ କେତେକ ଅନୁଗତଙ୍କୁ ମୁଖ୍ୟମନ୍ତ୍ରୀ ଚନ୍ନୀ ପରିବର୍ତ୍ତନ କରିବେ। ଏହାଛଡ଼ା, କ୍ୟାବିନେଟ୍ରେ କିଛି ନୂଆ ମନ୍ତ୍ରୀଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ।
The post ରାହୁଲ୍ ଗାନ୍ଧୀଙ୍କ ସହ ଆଲୋଚନା ପରେ ଚୂଡ଼ାନ୍ତ ହେଲା ପଞ୍ଜାବ କ୍ୟାବିନେଟ୍: ରିପୋର୍ଟ first appeared on Sambad.from ରାଜନୀତି | Sambad https://ift.tt/2XPFwBx
0 Comments