
ରାୟପୁର : ଛତିଶଗଡ଼ କଂଗ୍ରେସରେ କନ୍ଦଳ ଲାଗି ରହିଥିବାବେଳେ ଗତକାଲି ରାୟପୁରର ଏକ ପଞ୍ଚତାରତା ହୋଟେଲ୍ରେ ୨୭ ବିଧାୟକ ଏକାଠି ହେବା ବିଷୟକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ହୋଟେଲରେ ବୈଠକ କରିଥିବା ବିଧାୟକମାନେ ଦିଲ୍ଲୀ ଯାଇ ଦଳର ବରିଷ୍ଠ ନେତାମାନଙ୍କୁ ଭେଟିବା ଯୋଜାନ କରିଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କିମ୍ବା ସ୍ବାସ୍ଥ୍ୟ ମନ୍ତ୍ରୀ ଟିଏସ୍ ଦେଓ କାହାକୁ ସମର୍ଥନ କରିବେ ତାହା ଜଣାପଡ଼ିନି।
ଉଲ୍ଲେଖଯୋଗ୍ୟ, ଗତ ମାସରୁ ଟିଏସ୍ ଦେଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରି ଆସୁଛନ୍ତି। ସରକାର ଗଠନ ସମୟରେ ନିଷ୍ପତ୍ତି ହୋଇଥିଲା ଯେ, ଭୂପେଶ ବାଘେଲ ଅଢ଼େଇ ବର୍ଷ ଏବଂ ଟିଏସ୍ ଦେଓ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ। ବାଘେଲ ମଧ୍ୟ ଏଥିରେ ସମ୍ମତି ପ୍ରକାଶ କରିଥିଲେ। କିନ୍ତୁ ଏବେ ବାଘେଲ ଏହି ନିଷ୍ପତ୍ତିରେ ପଛଘୁଞ୍ଚା ଦେଇଛନ୍ତି। ସେଥିପାଇଁ ଦଳରେ କନ୍ଦଳ ବଢ଼ିଛି।
The post ଛତିଶଗଡ଼ରେ ରାଜନୈତିକ ତାତି: ଘନଉଛି କଂଗ୍ରେସ କନ୍ଦଳ, ପଞ୍ଚତାରକା ହୋଟେଲ୍ରେ ୨୭ ବିଧାୟକ first appeared on Sambad.from ରାଜନୀତି | Sambad https://ift.tt/2Xz09lK
0 Comments