ଭୁବନେଶ୍ୱର: ଆବାସ ଯୋଜନାରେ ଦୁର୍ନୀତି ପ୍ରସଙ୍ଗରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଯୋଜନାରେ ରାଜ୍ୟକୁ ୩୦ଲକ୍ଷ ଘର ଦେଇଛନ୍ତି। କାହିଁକି ଯୋଗ୍ୟ ହିତାଧିକାରୀ ଅଯୋଗ୍ୟ ପରିଗଣିତ ହେଉଛି ବୋଲି ପ୍ରଶ୍ନ କଲେ ପୁଲିସ ଲଗାଇ ଆକ୍ରମଣ କରାଯାଉଛି ବୋଲି ପ୍ରଶ୍ନ କରିଛି ବିଜେପି। ଯେଉଁ ପ୍ରଶାସନିକ ଅଧିକାରୀ ଏମିତି କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ହେଉନି ବୋଲି ବିଜେପିର ସଭାପତି ସମୀର ମହାନ୍ତି କହିଛନ୍ତି। ଦୁର୍ନୀତି ବିରୋଧରେ ଆନ୍ଦୋଳନ କଲେ ପୁଲିସର ଧମକ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ସେପଟେ, ଓଏସଏସସି ବିଭାଗର ଦୁର୍ନୀତିକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ରାଜ୍ୟରେ ୫-ଟି ଅକ୍ଷରେ ଅକ୍ଷରେ ପାଳନ ହେଉଛି ବୋଲି କଟାକ୍ଷ କଲେ ପୂର୍ବତନ କଂଗ୍ରେସ ବିଧାୟକ ଦେବାଶିଷ ପଟ୍ଟନାୟକ। ସେ କହିଛନ୍ତି, ରାଜ୍ୟରେ ସ୍ୱଚ୍ଛତା ବୋଲି କିଛି ନାହିଁ। ଜଣେ ବ୍ୟକ୍ତିଗତ ସହାୟକଙ୍କ ଘରୁ କୋଟି କୋଟି ଟଙ୍କା ସହ ପରୀକ୍ଷାର୍ଥୀମାନଙ୍କ ଆଡମିଟ କାର୍ଡ ମିଳିଛି। ସେପଟେ ବିଭାଗ ଅଧ୍ୟକ୍ଷ ନିର୍ମଳ ମିଶ୍ର ସେ ଏ ବିଷୟରେ କିଛି ଜାଣିନାହାନ୍ତି ବୋଲି କହୁଛନ୍ତି। ଦୁର୍ନୀତିର ତଥ୍ୟ ରଖି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କଙ୍କୁ ପ୍ରଶ୍ନ କରିଛି କଂଗ୍ରେସ।
ନୋଟିଫିକେସନ ବାହାରିବାର ୪ରୁ ୫ ବର୍ଷ ପରେ କାହିଁକି ହେଉଛି ପରୀକ୍ଷା। କୋଟି କୋଟି ଯୁବକଙ୍କ ସ୍ୱପ୍ନ ଓ ଜୀବିକା ସହ ଖେଳୁଛନ୍ତି ସରକାର। ଜେରା ବେଳେ ଜୁଡିସିଆଲ ଅଫିସର ରହିବାକୁ କଂଗ୍ରେସ ପକ୍ଷରୁ କୁହଯାଇଛି। ତଦନ୍ତ ଚାଲିଥିବା ବେଳେ ଓଏସଏସସିର ସଦସ୍ୟ ଓ ଅଧ୍ୟକ୍ଷ ଇସ୍ତଫା ଦିଅନ୍ତୁ। ବିରଂଚି ୨୬ ବର୍ଷ ଭିତରେ କେଉଁ କେଉଁ ଅଧ୍ୟକ୍ଷମାନଙ୍କ ସହ କାମ କରିଛନ୍ତି, ସେମାନଙ୍କୁ ତଦନ୍ତ ପରିସକୁ ଅଣାଯାଉ ବୋଲି ଦାବି କରିଛି କଂଗ୍ରେସ।

The post ଆବାସ ଯୋଜନା ଦୁର୍ନୀତିକୁ ନେଇ ପୁଣି ସରକାରଙ୍କ ଉପରେ ବର୍ଷିଲା ବିଜେପି : ସେପଟେ ଓଏସଏସସିରେ ନିଯୁକ୍ତି ଦୁର୍ନୀତି ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ first appeared on Sambad.

from ରାଜନୀତି | Sambad https://ift.tt/3fy87RQ