ନୂଆଦିଲ୍ଲୀ: ପଞ୍ଜାବର କଂଗ୍ରେସ ସାଂସଦ ରବନୀତ ସିଂହ ବିଟୁ ଏବଂ ଅକାଳୀ ଦଳର ନେତ୍ରୀ ହରସିମ୍ରତ ବାଦଲଙ୍କ ମଧ୍ୟରେ କୃଷି ଆଇନକୁ ନେଇ ସଂସଦ ପରିସର ବାହାରେ କଳି ଲାଗିବା ଘଟଣା ବିରୋଧୀ ଏକତା ପାଇଁ ରାହୁଲ ଗାନ୍ଧିଙ୍କ ଉଦ୍ୟମକୁ ଧକ୍କା ସଦୃଶ ହୋଇଛି। ଗତବର୍ଷ କୃଷି ଆଇନକୁ ବିରୋଧ କରି କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବାଦଲଙ୍କୁ କଟାକ୍ଷ କରି ବିଟୁ ଗଣମାଧ୍ୟମକୁ କହିଥିଲେ ଯେ, ସେ ମନ୍ତ୍ରୀ ଥିବାବେଳେ ଏହି ବିଲ୍ କେନ୍ଦ୍ର କ୍ୟାବିନେଟ୍ ଦ୍ବାରା ପାରିତ ହୋଇଥିଲା। ସେ ପରେ ଇସ୍ତଫା ଦେଲେ। ସେମାନେ (ଅକାଳୀ ଦଳ) ନାଟକ କରୁଛନ୍ତି। ଏହାକୁ ନେଇ ଆଜି ରାସ୍ତା ଉପରେ ଗଣମାଧ୍ୟମ ସମ୍ମୁଖରେ ଦୁଇ ଦଳ ମଧ୍ୟରେ ବାକ୍‌ବିତଣ୍ଡା ହୋଇଥିଲା।

ବିଟୁଙ୍କର ମନ୍ତବ୍ୟକୁ ନେଇ ଅକାଳୀ ଦଳ ସାଂସଦ ହରସିମ୍ରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। । ସେ ଏହା ଉପରେ କହିଥିଲେ, ଦୟାକରି ସେମାନଙ୍କୁ ପଚାରନ୍ତୁ, ଯେତେବେଳେ ସବୁ ଘଟଣା ଘଟୁଥିଲା ସେତେବେଳେ ରାହୁଲ ଗାନ୍ଧି କେଉଁଠି ଥିଲେ? ଏହି ଦଳ (କଂଗ୍ରେସ) କକ୍ଷ ତ୍ୟାଗ କରି ବିଲ୍ ପାସ୍ କରିବାରେ ସାହାଯ୍ୟ କରିଥିଲା ଏବଂ ସେମାନଙ୍କୁ ମିଛ କହିବା ବନ୍ଦ କରିବାକୁ ପଡିବ ବୋଲି ସେ କହିଥିଲେ। ଦୁଇ ନେତାଙ୍କ ମଧ୍ୟରେ ଏହି ବାକ୍‌ଯୁଦ୍ଧ କ୍ୟାମେରାରେ ରେକର୍ଡ କରାଯାଇଥିଲା। କୃଷି ଆଇନକୁ ନେଇ କଂଗ୍ରେସ ଏବଂ ଅକାଳୀ ଦଳ ମଧ୍ୟରେ ଏଭଳି ଫାଟ ବିରୋଧୀ ମେଣ୍ଟର ଏକତା ପାଇଁ ଝଟ୍‌କା ବୋଲି ଅନେକ ମତ ଦେଇଛନ୍ତି।

The post କଂଗ୍ରେସ-ଅକାଳୀ ନେତାଙ୍କ ଝଗଡ଼ା, ବିରୋଧୀ ଏକତାରେ ଫାଟ first appeared on Sambad.

from ରାଜନୀତି | Sambad https://ift.tt/3rWdYFN