
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ଏକ ବୈଠକ ରାଜ୍ୟ କଂଗ୍ରେସ ଭବନରେ ଚାଲିଛି। ଏଥିର.ରାଜ୍ୟ କଂଗ୍ରେସ ପକ୍ଷରୁ ମାନସ ମନ୍ଥନ କରାଯାଇଛି। ତେବେ ଏହି ବୈଠକରେ କୋରାପୁଟ ଜିଲ୍ଲା ସଭାପତି ତଥା ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି ଯୋଗ ଦେଇ ନଥିବା ଜଣାଯାଇଛି।
ଏହି ବୈଠକରେ ଆଗକୁ ଆସୁଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରଣନୀତି ତିଆରି ହେବ ବୋଲି ଜଣାଯାଇଛି। ଏଣେ ଆସନ୍ତା ମାସ ପ୍ରଥମ ସପ୍ତାହରେ ପ୍ରଭାରୀ ଡା ଚେଲ୍ଲା କୁମାର ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି।
The post ରାଜ୍ୟ କଂଗ୍ରେସର ବୈଠକରେ ଯୋଗ ଦେଲେନି କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତି first appeared on Sambad.from ରାଜନୀତି | Sambad https://ift.tt/2WiLgD3
0 Comments