ବୀରମହାରାଜପୁର: ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଚାରି ଦଫା ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ବାର ଘଣ୍ଟିଆ ବନ୍ଦ ଡାକରା ଦିଆଯିବା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ଜଳସେଚନ ଡାକବଙ୍ଗଳା ଠାରେ ଶନିବାର ଦିନ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୀରମହାରାଜପୁର ହରିହର ଯୋର୍‌ ମଧ୍ୟମ ଜଳସେଚନ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବସାଧାରଣ ସ୍ଥାନରେ ଅନେକ ଥର ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କାର୍ଯ୍ୟକାରୀ ହୋଇନାହିଁ। ଦ୍ୱିତୀୟରେ ରହିଛି ଦେଉଳୀ ବାଉଁସୁଣୀ ଠାରେ ମହାନଦୀ ସେତୁ, ବୀରମହାରାଜପୁରକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା ସହିତ ବୀରମହାରାଜପୁର ବ୍ଲକକୁ ମରୁଡି ଘୋଷଣା କରାନଗଲେ ପ୍ରସ୍ତାବିତ ଆଗାମୀ ଦିନରେ ଭୋଟ ବର୍ଜନ କରାଯିବ। ସେହିପରି ସୁରୁବାଲି ଯୋର ଉପରେ ଆନିକଟ ନିର୍ମାଣ କରି ଜଳସେଚନର ବ୍ୟବସ୍ଥା କରିବାର ଦାବି କରାଯାଇଛି । ଏହି ବନ୍ଦ ପାଳନକୁ ବୀରମହାରାଜପୁର ଜନସାଧାରଣଙ୍କୁ ସହ ଯୋଗାଯୋଗ କରିବାକୁ ନିବେଦନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ବୀରମହାରାଜପୁର ବ୍ଲକ କଂଗ୍ରେସ କମିଟିର ସଭାପତି ବସନ୍ତ ମହାକୁଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୌରୀଶ୍ୟାମ ପଣ୍ଡା, ସୋନପୁରର ପୂର୍ବତନ ବିଧାୟକ ବିନୋଦ କୁମାର ପାତ୍ର, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ବୀରମହାରାଜପୁର ବ୍ଲକ ଯୁବ କଂଗ୍ରେସ ସଭାପତି ବିଦ୍ୟାଧର ଖର୍ଡିଆ, ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଙ୍ଗଠନର ଜିଲ୍ଲା ସଭାପତି ତଥା ଲୁତୁରପଙ୍କ ପଞ୍ଚାୟତର ସମିତି ସଭ୍ୟ ଲବ କୁମାର ସାହୁ, ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ରାଜଗୋପାଳ ପାଣିଗ୍ରାହୀ ଓ ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ସାମନ୍ତ କୁମାର ପାତ୍ର ପ୍ରମୁଖ ସାଙ୍ଗଠନିକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ଏହା ସହିତ ହିଲୁଙ୍ଗ ସେବା ସମବାୟ ସମିତିର ପୂର୍ବ ସଭାପତି ଯୋଗୀ ମିର୍ଦ୍ଧା ଆନୁଷ୍ଟାନିକ ଭାବରେ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ। ବୀରମହାରାଜପୁର ନୁତନ ଭାବରେ ନିଯୁକ୍ତି ପାଇଥିବା ଯୁବ କଂଗ୍ରେସ ସଭାପତି ବିଦ୍ୟାଧର ଖର୍ଡିଆଙ୍କୁ ଦଳ ତରଫରୁ ସ୍ୱାଗତ କରାଯାଇଥିଲା।

ଏହି ବୈଠକରେ ବୀରମହାରାଜପୁର ବ୍ଲକ ପ୍ରାୟ ସମସ୍ତ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ। ସଭା ପ୍ରାରମ୍ଭରେ ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀଙ୍କ ବିୟୋଗରେ ତାଙ୍କର ଫଟୋଚିତ୍ର ପୁଷ୍ପାଞ୍ଜଳି ପ୍ରଦାନ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଲିଗାଲ ସେଲ୍‌ ସଭାପତି ସୁଧିର କୁମାର ପଣ୍ଡା, ବିନିକାର ବରିଷ୍ଠ କଂଗ୍ରେସ ନେତା ନରେନ୍ଦ୍ର ସାହୁ, ବରିଷ୍ଠ କଂଗ୍ରେସ ନେତା ସୁଦର୍ଶନ ପଣ୍ଡା, ଆଇନ୍‌ଜୀବୀ ଶଙ୍କର୍ଷଣ ପଣ୍ଡା, ଧରଣୀଧର ପାଢ଼ୀ, ଶ୍ୟାମସୁନ୍ଦର ନନ୍ଦ, ପ୍ରେମାନନ୍ଦ ଜଟି, ଅଚ୍ୟୁତ ସାହୁ, ରାଜ କୁମାର ବାଦୀ, ବ୍ୟଞ୍ଜନ ପଣ୍ଡା, ରୋହିତ ବିଶ୍ୱାଳଙ୍କୁ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ । ଏହା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ଉଭୟ ଜୋନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାଯାଇଛି।

The post ତ୍ରିସ୍ତରୀୟ ପାୟତିରାଜ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି, ପ୍ରସ୍ତୁତି ସହ ମିଶ୍ରଣ ପର୍ବର ଶୁଭାରମ୍ଭ first appeared on Sambad.

from ରାଜନୀତି | Sambad https://ift.tt/3y8D5Xx