
ଭୁବନେଶ୍ବର : କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାର ବିଜେଡିର ଦୁଇ ନେତା ନିଲମ୍ବିତ ହୋଇଛନ୍ତି। ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀର ଲମ୍ଟାପୁଟ ବ୍ଲକ୍ର ରଘୁରାମ ମାଛ ନିଲମ୍ବିତ ହୋଇଛନ୍ତି। ସେହିପରି ବିଶୃଙ୍ଖଳା ଆଚରଣ ଅଭିଯୋଗରେ ମୟୂରଭଞ୍ଜ ସଦର ବିଜେଡି ଜିଲ୍ଲା ସଭାପତି ସୁପାରିସ୍କ୍ରମେ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀର ଦୀପ୍ତିମାନ ବଳଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି।
The post ବିଜେଡିର ଦୁଇ ନେତା ନିଲମ୍ବିତ first appeared on Sambad.from ରାଜନୀତି | Sambad https://ift.tt/3lljqAQ
0 Comments