ଜୟପୁର: ଆଜି ଜୟପୁର ବିଜେଡି ଜୋନାଲ କାର୍ଯ୍ୟାଳୟ ପରିସରରେ କୋଟପାଡ଼ ନିର୍ବାଚନମଣ୍ଡଳୀର କୁନ୍ଦ୍ରା ଜୋନର ଭାରଚୁଆଲରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ବରରୁ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା, ଜିଲ୍ଲାସଭାପତି ଇଂ. ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ଯୋଡ଼ି ଦେଇ ଆଗାମୀ ଦିନରେ ପଂଚାୟତ ନିର୍ବାଚନ ପାଇଁ ସଂଗଠିତ ହୋଇ ଅଣ୍ଟାଭିଡ଼ିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ଜନହୀତକାରୀ ଯୋଜନାକୁ ଗାଁକୁ ଗାଁ ବୁଲି ପ୍ରଚାର ଓ ପ୍ରସାର ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ଜୟପୁର ଜୋନ କାର୍ଯ୍ୟାଳୟରେ ରାଜ୍ୟ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ୍, କୋଟପାଡ଼ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ମୁନ୍ନା ରଥ, କୁନ୍ଦ୍ରା ବ୍ଲକ ସଭାପତି ବୃନ୍ଦାବନ ମଲ୍ଲୀକ, ବ୍ଲକ ଯୁବ ସଭାପତି ରମଣି ମିଶ୍ର, ମୁନି ସାମନ୍ତରାୟଙ୍କ ସହ ୧୬ଟି ଗ୍ରାମପଂଚାୟତ, ଜୋନାଲ କମିଟି ସଭାପତି ଓ କର୍ମକର୍ତ୍ତା ଆଦି ଭାଗ ନେଇଥିଲେ।

The post ପଂଚାୟତ ନିର୍ବାଚନ ପାଇଁ ସଂଗଠିତ ହୋଇ ଅଣ୍ଟା ଭିଡ଼: ପ୍ରଣବ ପ୍ରକାଶ ଦାସ first appeared on Sambad.

from ରାଜନୀତି | Sambad https://ift.tt/3zXiqGV