ନୂଆଦିଲ୍ଲୀ: ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ରେ ବଣ୍ଟନ ହେଉଥିବା ମାଗଣା ରେସନ୍‌ କେନ୍ଦ୍ରଗୁଡ଼ିକ‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ପତାକା ସଙ୍କେତ ପ୍ରଦର୍ଶନ କରିବା ଲାଗି ବିଜେପି ଶାସିତ ରାଜ୍ୟମାନଙ୍କୁ କୁହାଯାଇଛି। ରେସନ୍‌ ବ୍ୟାଗ୍‌ରେ ବିଜେପି ସଙ୍କେତ ‘ପଦ୍ମ’ ପ୍ରଦର୍ଶିତ ହେବା ଉଚିତ ବୋଲି ନିର୍ଦେଶାବଳୀରେ ସ୍ପଷ୍ଟ ଉଲ୍ଲେଖ ଅଛି।

କୋଭିଡ୍-୧୯ ମହାମାରୀର ଦ୍ବିତୀୟ ପ୍ରବାହ ସମୟରେ ଗରିବମାନେ ସମ୍ମୁଖୀନ ହେଉଥିବା ଆର୍ଥିକ ଅସୁବିଧାକୁ ହ୍ରାସ କରିବା ଲାଗି ଏବର୍ଷ ଆଉ ଦୁଇ ମାସ ବା ଜୁନ୍‌ ମାସ ପର୍ଯ୍ୟନ୍ତ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ ପୁନଃପ୍ରବର୍ତ୍ତନ କରାଯାଇଥିଲା। ‘ନ୍ୟାସ୍‌ନାଲ୍‌ ଫୁଡ୍‌ ସିକ୍ୟୁରିଟି ଆକ୍ଟ୍‌’ରେ ଏହି ଯୋଜନାଦ୍ବାରା ୮୦ କୋଟିରୁ ଅଧିକ

Image Courtesy of Jansatta

ହିତାଧିକାରୀଙ୍କୁ ମାସକୁ ମୁଣ୍ଡପିଛା ୫ କିଲୋ ଲେଖାଏଁ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି। ସମ୍ପ୍ରତି ଏହି ଯୋଜନା ନଭେମ୍ବର ଶେଷ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି।

ସମସ୍ତ ରାଜ୍ୟ ୟୁନିଟ୍‌କୁ ପଠାଯାଇଥିବା ପତ୍ରରେ ବିଜେପିର ସାଧାରଣ ସମ୍ପାଦକ ଅରୁଣ ସିଂହ ଗୁରୁତ୍ବାରୋପ କରି କହିଛନ୍ତି ଯେ, ଏହି ଖାଦ୍ୟ ଯୋଜନାକୁ ଶୌର୍ଯ୍ୟଶୀଳ ଭାବେ ପ୍ରଚାର କରାଯିବା ଆବଶ୍ୟକ। ସେଥିପାଇଁ ରାଜ୍ୟ ୟୁନିଟ୍‌ମାନଙ୍କ ପାଖକୁ ନିର୍ଦେଶାବଳୀ ପଠାଯାଇଛି।

The post ମାଗଣା ରେସନ୍‌ ଯୋଜନାରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଓ ପଦ୍ମ ଚିହ୍ନ ରଖିବା ଲାଗି ରାଜ୍ୟ ୟୁନିଟ୍‌ମାନଙ୍କୁ କହିଲା ‘ବିଜେପି’ first appeared on Sambad.

from ରାଜନୀତି | Sambad https://ift.tt/3dF6Vvc