
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଚୟନ ନିମନ୍ତେ ଆଜି ଅପରାହ୍ଣରେ ହେବାକୁ ଥିବା ବିଜେପି ବିଧାୟକ ଦଳର ବୈଠକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ନେତୃତ୍ବରେ ଦଳେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଡେରାଡୁନ୍ରେ ପହଞ୍ଚିଛନ୍ତି।
ଅପରାହ୍ଣ ୩ଟାରେ ବିଧାୟକ ଦଳର ବୈଠକ ବସିବା ପୂର୍ବରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ ରାଜ୍ୟ ବିଜେପିର ମୁଖ୍ୟଙ୍କୁ ସାକ୍ଷାତ୍ କରିବେ। ମାତ୍ର ୪ ମାସ ଧରି ଦାୟିତ୍ବ ନିର୍ବାହ କରିବା ପରେ ଶୁକ୍ରବାର ଦିନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ତୀରଥ ସିଂହ ରାୱତ୍ଙ୍କ ସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀ ବାଛିବା ଲାଗି ଏହି ବୈଠକ ବସିବ।
ବିଜେପିର ମୁଖପାତ୍ର ମନବୀର ସିଂହ ଚୌହାନ କହିଛନ୍ତି ଦୁଇଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ- ତୋମାର ଓ ଦଳର ସାଧାରଣ ସମ୍ପାଦିକା ଡି ପୁରନ୍ଦେଶ୍ବରୀ ଏବଂ ବିଜେପି ରାଜ୍ୟ ପ୍ରଭାରୀ ଦୁଶ୍ୟନ୍ତ କୁମାର ଗୌତମ ଏବଂ ସହ ପ୍ରଭାରୀ ରେଖା ବର୍ମା ଡେରାଡୁନ୍ରେ ପହଞ୍ଚିଛନ୍ତି।
ବିଜେପିର ଏକ ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ମନ୍ତ୍ରୀ ସତପାଲ ମହାରାଜ ଏବଂ ଧନ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପାଇଁ ମନୋନୀତ ହେବାର ବିଶେଷ ସମ୍ଭାବନା ଅଛି। ଏହାଛଡ଼ା, ବିଧାୟକ ଋତୁ ଖଣ୍ଡୁରି ଏବଂ ପୁଷ୍କର ଧାମି ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନୀତ ହୋଇ ପାରନ୍ତି। କିନ୍ତୁ, କେନ୍ଦ୍ରୀୟ ନେତୃତ୍ବର ଅନୁମୋଦନ ପରେ ଯାହା କିଛି ଚୂଡ଼ାନ୍ତ ହେବ।
The post ନୂଆ ମୁଖ୍ୟମନ୍ତ୍ରୀ ଚୟନ ବୈଠକ ଆଗରୁ ଡେରାଡୁନ୍ରେ ପହଞ୍ଚିଲେ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ first appeared on Sambad.from ରାଜନୀତି | Sambad https://ift.tt/3dE7J3v
0 Comments