ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ବିଜେପି ପାଇଁ ସଙ୍କଟ ଥମିବାର ନାମ ନେଉନାହିଁ | ତିନିମାସ ପୂର୍ବେ ମୁଖ୍ୟମନ୍ତ୍ରୀ ବଦଳିବା ପରେ ବର୍ତ୍ତମାନ ପରେ ପୁଣି ଥରେ ଦଳର ନେତୃତ୍ୱ ସଙ୍କଟ ମଧ୍ୟକୁ ଚାଲି ଆସିଛି। ସୂଚନାନୁସାରେ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ନିଜର ଇସ୍ତଫା ପତ୍ର ପଠାଇଦେଇଛନ୍ତି | ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ସାମ୍ବିଧାନିକ ସଙ୍କଟ ଦେଖାଦେଇଛି। ତେଣୁ ତାଙ୍କର ଇସ୍ତଫା ଗ୍ରହଣ କରାଯିବା ଉଚିତ୍।

ସୂଚନା ଥାଉ କି ଯେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ ତିନି ଦିନ ଧରି ଦିଲ୍ଲୀରେ ଥିଲେ ଓ ଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ରାୱତ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିଲେ। ସୂଚନାନୁସାରେ, ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ୍ ସମୟ ଥିବାରୁ ଓ ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ସେପ୍ଟେମ୍ବର ୧୦ ସୁଦ୍ଧା ରାୱତଙ୍କୁ ବିଧାନସଭା ସଦସ୍ୟ ଭାବରେ ନିର୍ବାଚିତ ହେବାର ଥିଲା |

ଅନ୍ୟପଟେ କରୋନା ମହାମାରୀ ପାଇଁ ନିର୍ବାଚନ ହେଉ ନଥିବାରୁ ଏପରି ପରିସ୍ଥିତିରେ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହେବ ସେଥିପାଇଁ ସେ ଇସ୍ତଫା ପତ୍ର ପଠାଇଦେଇଛନ୍ତି ! ଉଲ୍ଲେଖ ଥାଉ କି ପୋୖଡିର ଲୋକସଭା ସାଂସଦ ତୀରଥ ସିଂ ରାୱତ ଚଳିତ ବର୍ଷ ମାର୍ଚ୍ଚ ୧୦ ରେ ତ୍ରିବେନ୍ଦ୍ର ସିଂ ରାୱତଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।

The post ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତୀରଥ ସିଂ ରାୱତ, ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର first appeared on Sambad.

from ରାଜନୀତି | Sambad https://ift.tt/3jDGx8D