
ଭୁବନେଶ୍ବର : ବିଜେଡିର ସାଂଗଠନିକ ପୁନର୍ବିନ୍ୟାସ ପ୍ରକ୍ରିୟାରେ ଗତକାଲି ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ଦଳର ସଭାପତି ନବୀନ ପଟ୍ଟନାୟକ ଏହି କ୍ରମରେ ମହିଳା ଶାଖାକୁ ସୁଦୃଢ଼ କରିବାକୁ ଯାଇ ଆଜି ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବିଜୁ ମହିଳା ଜନତା ଦଳର ରାଜ୍ୟ ସ୍ତରରେ କର୍ମକର୍ତ୍ତା ଓ ଜିଲ୍ଲା ସଭାନେତ୍ରୀଙ୍କ ନାମ ଘୋଷଣା କରାଯାଇଛି। ଗତ ଡିସେମ୍ବର ୩୧ ତାରିଖରେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହି ନିଯୁକ୍ତିର ୬ ମାସ ପରେ ଆଜି ଗଠିତ କମିଟିରେ ଦଳର ବହୁ ବରିଷ୍ଠ ନେତ୍ରୀଙ୍କୁ ବିଭିନ୍ନ ପଦପଦବିରେ ରଖାଯାଇଛି। ଏକାଥରେ ୨୬୩ ଜଣ ନେତ୍ରୀଙ୍କୁ ନିଯୁକ୍ତି ଦେଇ ଆଗାମୀ ଦିନରେ ମହିଳା ଶକ୍ତିକୁ ବିଜେଡି ସାଙ୍ଗରେ ନେବ ବୋଲି ସଭାପତି ସ୍ପଷ୍ଟ ସଙ୍କେତ ଦେଇଛନ୍ତି।
ସଂଗଠନର ୫ ଜଣ ଉପଦେଷ୍ଟାଙ୍କୁ ନିଯୁକ୍ତି ମିଳିଛି। ସେମାନେ ହେଲେ ସାଂସଦ ରାଜଶ୍ରୀ ମଲ୍ଲିକ ଓ ମଞ୍ଜୁଲତା ମଣ୍ଡଳ, ବିଧାୟିକା ରୀତା ତରାଇ ଓ ଲତିକା ପ୍ରଧାନ, ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ। କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ସୁବାସିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତି, ମହାସଚିବ ଭାବେ କସ୍ତୁରୀ ମହାପାତ୍ର, ରାଜ୍ୟ କୋଷାଧ୍ୟକ୍ଷ ଭାବେ ଜୟଶ୍ରୀ ଦାସ, ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ମାନସୀ ସୁନ୍ଦରରାୟ, ବରିଷ୍ଠ ଉପସଭାନେତ୍ରୀ ଭାବେ ସନ୍ଧ୍ୟାରାଣୀ ବିଶ୍ବାଳ, ସଂଯୁକ୍ତା ମହାନ୍ତି, ପଦ୍ମିନୀ ଶେଖର ଦେଓ, ଜ୍ୟୋତି ପାଣିଗ୍ରାହୀ, ନିବେଦିତା ନାୟକ, କନକପ୍ରଭା ଲେଙ୍କା, ପ୍ରଭାସିନୀ ନନ୍ଦ, ସଂଯୁକ୍ତା ମାହାଲ ଓ ଉମିଲତା ଦାସ ନିଯୁକ୍ତି ପାଇଛନ୍ତି। ଏହା ବାଦ୍ ୨୭ ଜଣ ଉପସଭାନେତ୍ରୀ, ୩୫ ଜଣ ସାଧାରଣ ସମ୍ପାଦିକା, ୩୬ ଜଣ ସମ୍ପାଦିକା, ୨୮ ଜଣ ଯୁଗ୍ମ ସମ୍ପାଦିକା ଓ କାର୍ଯ୍ୟକାରୀ ପରିଷଦର ସଦସ୍ୟା ଭାବେ ୬୯ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ସହ ୩୩ଟି ସାଂଗଠନିକ ଜିଲ୍ଲାକୁ ୭ଟି ଜୋନ୍ରେ ବିଭକ୍ତ କରାଯାଇ ଜୋନ୍ ସଭାନେତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି। ଏହା ମଧ୍ୟରୁ ୫ଟି ଜୋନ୍ ଭୁବନେଶ୍ବର, କଟକ, ବାଲେଶ୍ବର, ସମ୍ବଲପୁର ଓ ବଲାଙ୍ଗୀରରେ କାର୍ଯ୍ୟକାରୀ ସଭାନେତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ୩୩ଟି ସାଂଗଠନିକ ଜିଲ୍ଲାରେ ଜିଲ୍ଲା ସଭାନେତ୍ରୀଙ୍କୁ ମନୋନୀତ କରାଯାଇଛି। ଏହା ମଧ୍ୟରୁ ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ(୧)ରେ କାର୍ଯ୍ୟକାରୀ ସଭାନେତ୍ରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ଏହି ନୂଆ ନିଯୁକ୍ତି ସମ୍ପର୍କରେ ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି।
The post ବିଜେଡି ମହିଳା ଶାଖାର ନୂଆ ଟିମ୍: ୫ ଉପଦେଷ୍ଟା, ୩ କାର୍ଯ୍ୟକାରୀ ସଭାନେତ୍ରୀ ନିଯୁକ୍ତ first appeared on Sambad.ସଭାନେତ୍ରୀ ଜିଲ୍ଲା
ବିଦ୍ୟୁତ୍ଲତା ପ୍ରଧାନ, ଅନୁଗୁଳ
ବିଦ୍ୟୁତ୍ଲତା ନାୟକ, ଭଦ୍ରକ
ନୀଲକୁମାରୀ ନାୟକ, ବରଗଡ଼
ଦମୟନ୍ତୀ ବାଗ, ବଲାଙ୍ଗୀର
ବିନ୍ଦୁବାଳା ନନ୍ଦୀ, ବାଲେଶ୍ବର
ଯସ୍ମିନ ପ୍ରଧାନ, ବୌଦ୍ଧ
ବିଜୟଲକ୍ଷ୍ମୀ ମାହପାତ୍ର, ଭୁବନେଶ୍ବର
ଅନିତା ବେହେରା, କଟକ
ସାଗରିକା ମିଶ୍ର, ଢେଙ୍କାନାଳ
ରୁବି ବିଶ୍ବାଳ (କାର୍ଯ୍ୟକାରୀ ସଭାନେତ୍ରୀ) ଢେଙ୍କାନାଳ
ଅରୁଣି ପ୍ରଧାନ, ଦେବଗଡ଼
ପୂର୍ଣ୍ଣବାସୀ ନାୟକ, ଗଜପତି
ଏମ୍. ସୁଜାତା ପାତ୍ର, ଗଞ୍ଜାମ
ସବିତା ରାଉତ, ଯାଜପୁର
ଜୟ କୁମାରୀ ପଟେଲ, ଝାରସୁଗୁଡ଼ା
ସବିତା ମହାପାତ୍ର, ଜଗତସିଂହପୁର
ରୋଶ୍ନା ସାହୁ, କେନ୍ଦ୍ରାପଡ଼ା
ରମଣୀ ନାୟକ, କେନ୍ଦୁଝର
ପୂର୍ଣ୍ଣିମା ଦେହୁରୀ (କାର୍ଯ୍ୟକାରୀ ସଭାନେତ୍ରୀ), କେନ୍ଦୁଝର
ପୁନମ୍ କହଁର, କନ୍ଧମାଳ
ଲଳିତା ନାୟକ, କଳାହାଣ୍ଡି
ଲତା ରାୟ, କୋରାପୁଟ
ଗୀତାଞ୍ଜଳି ପାଟ୍ଟଶାଣୀ, ଖୋର୍ଦ୍ଧା
ଦୀପ୍ତିବାଳା ମିଶ୍ର, ମୟୂରଭଞ୍ଜ-୧
ସବିତା ହାଁସଦା (କାର୍ଯ୍ୟକାରୀ ସଭାନେତ୍ରୀ), ମୟୂରଭଞ୍ଜ-୧
ତନୁଜା ମହାନ୍ତ, ମୟୂରଭଞ୍ଜ-୨
ସୁକାନ୍ତୀ ବୁର୍ଦ୍ଦା, ମାଲକାନାଗିରି
ସରସ୍ବତୀ ବାଗ୍, ନୂଆପଡ଼ା
ମଞ୍ଜୁଳା ମାଝୀ, ନବରଙ୍ଗପୁର
ବିରଜାଲକ୍ଷ୍ମୀ ସାହୁ, ନୟାଗଡ଼
ଶାନ୍ତିଲତା ପ୍ରଧାନ, ପୁରୀ
ସୁଶ୍ରୀ ଏମ୍ମା ଏକ୍କା ରାଉରକେଲା
ଦମୟନ୍ତୀ ପାତ୍ର, ରାୟଗଡ଼ା
ବନ୍ଦିତା ମିଶ୍ର, ସମ୍ବଲପୁର
ପଦ୍ମିନୀ ବାଘର, ସୋନପୁର
ରଞ୍ଜନା ପଣ୍ଡା, ସୁନ୍ଦରଗଡ଼
from ରାଜନୀତି | Sambad https://ift.tt/3hdjOgR
0 Comments