କଂଟାବାଞ୍ଜି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦଳର ବିଭିନ୍ନ ପଦ ପଦବିରେ ସମସ୍ତଙ୍କର ନାମ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ କଂଟାବାଞ୍ଜିରେ ରହୁଥିବା ଗୋପା ମହାନନ୍ଦଙ୍କୁ ରାଜ୍ୟ ମହିଳା ବିଜେଡି ଉପସଭାପତି ଭାବେ ନିଯୁକ୍ତି ମିଳିଥିବା ଜଣାପଡ଼ିଛି।

ଏ ନେଇ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କଂଟାବାଞ୍ଜି ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ସଦସ୍ୟ ବିଜୟ ବଂଶଲ, ବରିଷ୍ଠ ନେତା ଅଜୟ ଦାସ, ଯୁବ ସଭାପତି ବିଶାଳ ବେହେରା, ଦେବାର ବାରିକ, ଜିଲ୍ଲା ଯୁବ ସଂପାଦକ ଶାନ୍ତନୁ ବିଭାର, ମୁନା ମହାନ୍ତି, ପ୍ରମୋଦ କର, ବାବୁଲି ମହାନନ୍ଦ, ବିଶ୍ୱନାଥ ଦଣ୍ଡସେନା, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ନାରୀନେତ୍ରୀ ପିଙ୍କି ଖରସେଲ, ସସ୍ମିତା ଦଣ୍ଡସେନା, ନିଶା ମହାନନ୍ଦ, ଅଷ୍ଟମୀ ବଗର୍ତି, ବବିତା ମହାନନ୍ଦ ପ୍ରମୁଖ ଉପସ୍ଥିତଥିଲେ। ବରିଷ୍ଠ ସଦସ୍ୟ ଅମୂଲ୍ୟ ନାଗ ସଭା ପରିଚାଳନା କରିଥିଲେ।

The post ରାଜ୍ୟ ମହିଳା ବିଜେଡି ଉପସଭାପତି ହେଲେ ଗୋପା ମହାନନ୍ଦ first appeared on Sambad.

from ରାଜନୀତି | Sambad https://ift.tt/3jg37nT