ଲକ୍ଷ୍ନୌ: ଏଆଇଏମଆଇଏମ୍ ଉତ୍ତର ପ୍ରଦେଶ ରାଜନୀତିରେ ସକ୍ରିୟ ହେବ ବୋଲି ଦଳର ମୁଖ୍ୟ ଅସଦ୍ଦୁଦିନ୍ ଓବେସି ଘୋଷଣା କରିଛନ୍ତି। ରବିବାର ଦିନ ଏହି ଘୋଷଣା କରିବା ଅବସରରେ ସେ ପ୍ରକାଶ କରିଛନ୍ତି ଯେ ୨୦୨୨ ମସିହାରେ ଓମ ପ୍ରକାଶ ରାଜଭରଙ୍କ ଭାଗିଦାରୀ ସଙ୍କଳ୍ପ ମୋର୍ଚ୍ଚା ସହିତ ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଗତ ବର୍ଷ ବିହାର ବିଧାନସଭା ନିର୍ବାଚନରେ ବିଜୟର ସ୍ବାଦ ଚାଖିବା ପରେ ଏଆଇଏମଆଇଏମ୍ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନ ପାଇଁ ଓପି ରାଜଭରଙ୍କ ଦଳ ସହ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଛି।

ୟୁପି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଚାଲିଥିବା କହିଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ। ସେ କହିଛନ୍ତି ଯେ ଉତ୍ତରପ୍ରଦେଶ ନିର୍ବାଚନରେ ତାଙ୍କ ଦଳ ଶହେଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ମୁଖ୍ୟ ଅସଦ୍ଦୁଦିନ୍ ଓବେସି କହିଛନ୍ତି ଯେ ପ୍ରାର୍ଥୀ ଆବେଦନ ଫର୍ମ ମଧ୍ୟ ପ୍ରକାଶ ପାଇଛି।
ପୂର୍ବରୁ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ୟୁପି ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ୍ ସହ ମେଣ୍ଟ ହେବାର କୌଣସି ସମ୍ଭାବନା ନାହିଁ ବୋଲି କହିଥିଲେ। ଏହାପରେ ଏଆଇଏମଆଇଏମ୍ ମୁଖ୍ୟ ଅସଦ୍ଦୁଦିନ୍ ଓବେସି ସହ ମିଳିତ ହେବାର ଖବରକୁ ଖାରଜ କରି ଏକାକୀ ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ଘୋଷଣା କରିଥିଲେ। ତେବେ ପରେ ସେ ଓପି ରାଜଭରଙ୍କ ଦଳ ସହ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ।

The post ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଶହେ ଆସନରେ ଲଢିବ ଏଆଇଏମଆଇଏମ୍ first appeared on Sambad.

from ରାଜନୀତି | Sambad https://ift.tt/3gZgXJz