ଚଣ୍ଡିଗଡ଼: ମୁଖ୍ୟମନ୍ତ୍ରୀ ପଦବୀ ଯଚା ଯାଇଥିଲେ ମଧ୍ୟ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ ଅଧୀନରେ କାର୍ଯ୍ୟ କରିବା ଲାଗି ନବ‌ୋଜତ୍ ସିଂହ ସିଦ୍ଧୁ ଅଗ୍ରାହ୍ୟ କରି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହ କାର୍ଯ୍ୟ କରିବା ଲାଗି ସେ ଅସହଜ ମନେକରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ପଞ୍ଜାବ କଂଗ୍ରେସରେ ଉପୁଜିଥିବା ମତାନ୍ତର ସମାଧାନ କରିବା ଲାଗି ୩ଜଣିଆ ସଦସ୍ୟବିଶିଷ୍ଟ କମିଟି ଉଦ୍ୟମ କରୁଥିବା କଥା ମଧ୍ୟ ତାଙ୍କୁ ଜଣାଇ ଦିଆଯାଇଛି ବୋଲି ମନେହେଉଛି। କିନ୍ତୁ, ସେ କହିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କଲେ ମଧ୍ୟ ସେ ସ୍ବାଭାବିକ ଭାବ‌େ କାମ କରିପାରିବେ ନାହିଁ।

Image Courtesy of Mysuru Today

ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତି ଉନ୍ମୁକ୍ତ ନୁହନ୍ତି ବୋଲି ସିଦ୍ଧୁ ଉକ୍ତ କମିଟିକୁ ଜଣାଇଥିବା କଥା ଦଳୀୟସୂତ୍ରରୁ ଜଣାପଡ଼ିଛି। କେବଳ ସେତିକି ନୁହେଁ, କଂଗ୍ରେସ ବିଧାୟକ, ଦଳୀୟ କର୍ମୀ ଓ ନେତାମାନଙ୍କୁ ମଧ୍ୟ ଉପେକ୍ଷା କରାଯାଉଛି ବୋଲି ସେ କମିଟିକୁ କହିଛନ୍ତି।

ପଞ୍ଜାବ କଂଗ୍ରେସ ମତାନ୍ତର ସମାଧାନ ପାଇଁ ଗଠିତ ୩ଜଣିଆ ସଦସ୍ୟବିଶିଷ୍ଟ କମିଟିଙ୍କ ସୁପାରିସକ୍ରମେ କଂଗ୍ରେସ ହାଇକମାଣ୍ଡ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣାପଡୁଛି। ଏବେ କୌତୂହଳର କଥା ହେଲା, ସିଦ୍ଧୁ ପୁଣି ଥରେ ଆତ୍ମଗୋପନ କରିଛନ୍ତି। ଦିଲ୍ଲୀର ଦଳୀୟ ହାଇକମାଣ୍ଡ୍‌ଙ୍କୁ ଭେଟିବା ପରେ ସେ ଆଉ କିଛି ଟୁଇଟ୍‌ କରୁନାହାନ୍ତି।

ତେଣେ, ଦଳୀୟ ହାଇକମାଣ୍ଡଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସାଂସଦ ଏବଂ ବିଧାୟକମାନଙ୍କ ବ୍ୟତୀତ ନିଜର କେତେକ ବିଶ୍ବସ୍ତ ସହଯୋଗୀମାନଙ୍କ ସହ ବିଚାରବିମର୍ଶ ଚଳାଇଛନ୍ତି।

The post ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ପଦ ଅଗ୍ରାହ୍ୟ କରି ସିଦ୍ଧୁ ନିରବ; ଅମରିନ୍ଦରଙ୍କ ସହ ଭାରସାମ୍ୟ ରକ୍ଷାକରାଇବାକୁ ଉଦ୍ୟମ ଚଳାଇଛି କଂଗ୍ରେସ first appeared on Sambad.

from ରାଜନୀତି | Sambad https://ift.tt/3gzeG81