ନୂଆଦିଲ୍ଲୀ: ତେଲେଙ୍ଗାନାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଏତାଲା ରାଜେନ୍ଦ୍ର ଆଜି ବିଜେପିରେ ଯୋଗ ଦେଇଛନ୍ତି | କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଥିବା ଜଣାପଡିଛି। ଶ୍ରୀ ରାଜେନ୍ଦ୍ର ପୂର୍ବରୁ ହୁଜୁରାବାଦରୁ ବିଧାୟକ ଥିବା ବେଳେ ସେ ପଦରୁ ଇସ୍ତଫା ଦେବା ସହ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି (ଟିଆରଏସ) ର ସଦସ୍ୟତା ଛାଡିଥିଲେ।

ତାଙ୍କୁ ଦଳରେ ସ୍ୱାଗତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆସନ୍ତା ବିଧାନସଭା ନିର୍ବାଚନ ପରେ ତେଲେଙ୍ଗାନାରେ ବିଜେପି ସରକାର ଗଠନ କରିବ। ଶ୍ରୀ ରାଜେନ୍ଦ୍ର ଟିଆରଏସର ଜଣେ ବରିଷ୍ଠ ନେତା ଥିଲେ ଏବଂ ରାଜ୍ୟରେ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ କ୍ରମାଗତ ଟିଆରଏସ ସରକାରରେ ଅର୍ଥ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ | କିନ୍ତୁ ତାଙ୍କୁ ବେଆଇନ ଜମି ଜବତ ଅଭିଯୋଗରେ କ୍ୟାବିନେଟରୁ ହଟାଇ ଦିଆଯାଇଥିଲା।

The post ବିଜେପିରେ ଯୋଗ ଦେଲେ ତେଲେଙ୍ଗାନାର ପୂର୍ବତନ ମନ୍ତ୍ରୀ ଏତାଲା ରାଜେନ୍ଦ୍ର first appeared on Sambad.

from ରାଜନୀତି | Sambad https://ift.tt/3vlKtNL